ସେପ୍ଟେମ୍ଵର ୧୦ରେ ବାୟୁସେନାରେ ସାମିଲ ହେବ ରାଫେଲ୍

ନୂଆଦିଲ୍ଲୀ: ସେପ୍ଟେମ୍ଵର ୧୦ରେ ବାୟୁସେନାରେ ସାମିଲ ହେବ ଲଢ଼ୁଆ ବିମାନ ରାଫେଲ୍। ହରୟାଣାର ଅମ୍ଵାଲା ଏୟାରବେସ୍‌ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରାଫେଲ୍‌ଗୁଡ଼ିକୁ ଆନୁଷ୍ଠାନିକ ଭାବେ ବାଯୁସେନାରେ ସାମିଲ କରିବେ।

ମୋଟ୍ ୫ଟି ଯାକ ରାଫେଲ୍‌କୁ ବାୟୁସେନାକୁ ହସ୍ତାନ୍ତର କରାଯିବ। ଏହି ସାମିଲ ଉତ୍ସବରେ ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଆମନ୍ତ୍ରଣ କରାଯିବା ନେଇ ମଧ୍ୟ ସୂଚନା ମିଳିଛି। ଗତ ଜୁଲାଇ ୨୯ ତାରିଖରେ ଫ୍ରାନ୍ସରୁ ଭାରତକୁ ଆଣାଯାଇଥିଲା ୫ଟି ଲଢୁଆ ଫାଇଟର ଜେଟ୍ ରାଫେଲ୍।