ରାଫେଲ ଡିଲକୁ ନେଇ ସିଏଜି ରିପୋର୍ଟ: ୟୁପିଏ ଠାରୁ ମୋଦିଙ୍କ ଡିଲ ଶସ୍ତା

ନୂଆଦିଲ୍ଲୀ: ରାଫେଲ ଡିଲକୁ ନେଇ ବୁଧବାର ସିଏଜି ରିପୋର୍ଟ ସାମ୍ନାକୁ ଆସିଛି । ଏହି ରିପୋର୍ଟରେ ୟୁପିଏ ସରକାର ଅପେକ୍ଷା ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମୟରେ ହୋଇଥିବା ଡିଲରେ ୨.୮% ଶସ୍ତା ବୋଲି ଦର୍ଶାଯାଇଛି ।
ବୁଧବାର ରାଜ୍ୟସଭାରେ ଆଗତ ହୋଇଥିବା ସିଏଜି ରିପୋର୍ଟରେ ଦରଦାମ ବାବଦୀୟ ପଏଟଗୁଡ଼ିକୁ ବାଦ୍ ଦିଆଯାଇଛି । ପ୍ରତିରକ୍ଷା ମନ୍ତ୍ରଣାଳୟ ଏହି ତଥ୍ୟକୁ ଗୋପନୀୟ ଦର୍ଶାଯାଇଥିବାରୁ ଏହାକୁ ସାର୍ବଜନୀନ କରାଯାଇନାହିଁ । ଅନ୍ୟପକ୍ଷରେ ଏହି ରିପୋର୍ଟକୁ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ଗ୍ରହଣ କରିନାହାଁନ୍ତି । କାରଣ ବର୍ତମାନର ଅଡ଼ିଟର ରାଜୀବ ମହର୍ଷ ୨୦୧୬ ମସିହାରେ ରାଫେଲ ଡିଲ ହୋଇଥିବା ସମୟରେ ଅର୍ଥ ସଚିବ ଥିଲେ । ସେମାନେ ଆହୁରି ମଧ୍ୟ ଅଭିଯୋଗ ଆଣିଥିଲେ, ମହର୍ଷିଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ଅନୁମତିର ଶୀର୍ଷ ସ୍ତରରେ ଦୁର୍ନୀତି ହୋଇଥିଲା । ସିଏଜି ରିପୋର୍ଟରେ ଆହୁରି ଦର୍ଶାଯାଇଛି, କଂଗ୍ରେସ ସମୟରେ ହୋଇଥିବା ୧୨୬-ଏୟାରକ୍ରାଫ୍ଟ ଚୁକ୍ତି ତୁଳନାରେ ବତ;ମାନର ଚୁକ୍ତିରେ ଭାରତକୁ ୧୭.୦୮ ପ୍ରତିଶତ ଫାଇଦା ହୋଇଛି ।