ପିଲାମାନଙ୍କୁ ରେଡିଓ ପାନ୍ଥଶାଳା କାର୍ଯ୍ୟକ୍ରମ ମାଧ୍ୟମରେ ଦିଆଯିବ ଶିକ୍ଷା

ଭୁବନେଶ୍ୱର: କୋଭିଡ-୧୯ ପରିସ୍ଥିତି ଯୋଗୁଁ ଗତ ମାର୍ଚ୍ଚ ୧୭ ତାରିଖଠାରୁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ପଡ଼ିଥିବା ବେଳେ ପିଲାମାନଙ୍କୁ ରେଡିଓ ପାନ୍ଥଶାଳା କାର୍ଯ୍ୟକ୍ରମ ମାଧ୍ୟମରେ ଶିକ୍ଷା ଦିଆଯିବାକୁ ଉଦ୍ୟମ ହୋଇଛି। ଆସନ୍ତା ୨୮ ତାରିଖ ଠାରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ‘ରେଡିଓ ପାନ୍ଥଶାଳା’ କାର୍ଯ୍ୟକ୍ରମ ପ୍ରସାରଣ ହେବ। ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ କର୍ତ୍ତୃପକ୍ଷ ତରଫରୁ ଏହି ସୂଚନା ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ସୋମବାର ଠାରୁ ଶୁକ୍ରବାର ଯାଏଁ ସକାଳ ୧୦ଟାରୁ ୧୦ଟା ୧୫ ଯାଏଁ ସ୍କୁଲ ପିଲାଙ୍କୁ ଶିକ୍ଷା ଦିଆଯିବ।

ସୋମବାର ଦିନ ପ୍ରଥମ ଶ୍ରେଣୀ, ମଙ୍ଗଳବାର ଦିନ ଦ୍ୱିତୀୟ ଶ୍ରେଣୀ, ବୁଧବାର ଦିନ ତୃତୀୟ ଶ୍ରେଣୀ, ଗୁରୁବାର ଚତୁର୍ଥ ଶ୍ରେଣୀ ଓ ଶୁକ୍ରବାର ଚତୁର୍ଥ ଶ୍ରେଣୀ ପିଲାଙ୍କୁ ସକାଳ ୧୦ଟାରୁ ୧୦ଟା ୫ ପର୍ଯ୍ୟନ୍ତ ରେଡିଓ ପାନ୍ଥଶାଳା କାର୍ଯ୍ୟକ୍ରମ ପ୍ରସାରଣ କରାଯିବ।

ସେହିପରି ପଂଚମ ଶ୍ରେଣୀ ପିଲାଙ୍କ ପାଇଁ ସୋମବାର, ଷଷ୍ଠ ଶ୍ରେଣୀ ପିଲାଙ୍କ ପାଇଁ ମଙ୍ଗଳବାର, ସପ୍ତମ ଶ୍ରେଣୀ ପିଲାଙ୍କ ଲାଗି ବୁଧବାର, ଅଷ୍ଟମ ଶ୍ରେଣୀ ପିଲାଙ୍କ ଲାଗି ପୂର୍ବାହ୍ନ ୧୦ଟା ୫ରୁ ୧୦ଟା ୧୫ ପର୍ଯ୍ୟନ୍ତ ରେଡିଓ କାର୍ଯ୍ୟକ୍ରମ ପ୍ରସାରଣ ହେବ। ଅକ୍ଟୋବର ୨ ତାରିଖ ଯାଏଁ ରେଡିଓ ପାନ୍ଥଶାଳା କାର୍ଯ୍ୟକ୍ରମ ପ୍ରସାରଣ ହେବ।