ହୋସ୍ ଉଡ଼ାଉଛି ରାଧିକାଙ୍କ ବୋଲ୍ଡ ଭାଇରାଲ ଫଟୋ ,ପଢନ୍ତୁ ପୁରା ଖବର ଦେଖନ୍ତୁ ଅଧିକ ଫଟୋ

ମୁମ୍ବାଇ : ବଲିଉଡ୍ରେ ନିଜ ବୋଲ୍ଡନେସ୍ ଏବଂ ହଟ୍ ଅନ୍ଦାଜ୍ ପାଇଁ ଜଣାଶୁଣା ଅଭିନେତ୍ରୀ ରାଧିକା ଆପ୍ତେ । ଫିଲ୍ମ ଏବଂ ସିରିଜ୍ରେ ତାଙ୍କ ଦମ୍ଦାର୍ ଅଭିନୟ ବି ଦର୍ଶକଙ୍କ ହୋସ୍ ଉଡ଼ାଇବାରେ ଲାଗିଛି । ନେଟ୍ଫ୍ଲିକ୍ସରେ ସାକ୍ରେଡ୍ ଗେମ୍ସ, ଲଷ୍ଟଷ୍ଟୋରୀ ଆଦି ବୋଲ୍ଡ ସିରିଜ୍ରେ କାମ କରିବା ପରେ ଏବେ ରାଧିକା ମାକ୍ସିମ୍ ଇଣ୍ଡିଆ ମ୍ୟାଗାଜିନ୍ର କଭର୍ ପେଜ୍ରେ ଆସିବାକୁ ପ୍ରସ୍ତୁତି ଚଳାଇଛନ୍ତି । ଏଥିପାଇଁ କିଛି ବୋଲ୍ଡ ତଥା ହଟ୍ ଫଟୋଶୁଟ୍ ମଧ୍ୟ କରିଛନ୍ତି । ଫଟୋସବୁ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଛାଡ଼ିବା ପରେ ଲାଇକ୍ କମେଣ୍ଟ ସଂଖ୍ୟା ହୁହୁ ହୋଇ ବଢ଼ିବାରେ ଲାଗିଛି ।

 

ମ୍ୟାକ୍ସିମ୍ ଇଣ୍ଡିଆ ମ୍ୟାଗାଜିନ୍ ପାଇଁ ରାଧିକା କରିଥିବା ଫଟୋଶୁଟ୍ରେ ଏକ ସ୍ୱିମ୍ ଶୁଟ୍ ପରିଧାନ କରିଥିବା ଦୃଶ୍ୟ ରହିଛି । ଏହା ପୂର୍ବରୁ ମଧ୍ୟ ସେ ଅନେକଥର ବିଭିନ୍ନ ମ୍ୟାଗାଜିନ୍ ପାଇଁ ଫଟୋଶୁଟ୍ କରିସାରିଛନ୍ତି । ଗତବର୍ଷ ଭଗ୍ ମ୍ୟାଗାଜିନ୍ ପାଇଁ ଫଟୋଶୁଟ୍ କରି ଚର୍ଚ୍ଚାକୁ ଆସିଥିଲେ । ଏଥର କିନ୍ତୁ ସେ ସବୁ ବର୍ତ୍ତମାନର ବୋଲ୍ଡ ଫଟୋ ଆଗରେ ଫିକା ପଡ଼ିଯିବ ବୋଲି ଶୁଣିବାକୁ ମିଳୁଛି । ରାଧିକା ଫିଲ୍ମ ‘ପାଚ୍ଡ’ରେ ବୋଲ୍ଡ ସିନ୍ ଦେଇ ଚର୍ଚ୍ଚାକୁ ଆସିଥିଲେ । ଏ ପର୍ଯ୍ୟନ୍ତ ସେ ଅନେକ ଫିଲ୍ମରେ କାମ କରିସାରିଛନ୍ତି । ହେଲେ ଚର୍ଚ୍ଚାକୁ ଆସିବାକୁ ସେ ନିଜ ତରଫରୁ ବେଶ୍ ପ୍ରୟାସ ଚଳାଇଛନ୍ତି । ଫିଲ୍ମ ପରେ ମ୍ୟାଗାଜିନ୍ର ଏହି ଚର୍ଚ୍ଚା ତାଙ୍କୁ କେତେଦୂର ସଫଳତା ଆଣିଦେଉଛି ଦେଖିବାକୁ ଅପେକ୍ଷା ।