ରାଧାଶ୍ୟାମ ମହାପାତ୍ର ଏନ.ଆଇ.ପି.ଏମ୍. ଉତ୍କଳ ଚାପ୍ଟରର ନୂତନ ଅଧ୍ୟକ୍ଷ

ଭୁବନେଶ୍ୱର :  ରାଧାଶ୍ୟାମ ମହାପାତ୍ର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ପର୍ସନେଲ ମ୍ୟାନେଜମେଣ୍ଟ (ଏନ.ଆଇ.ପି.ଏମ୍.), ଉତ୍କଳ ଚାପ୍ଟରର ନୂତନ ଅଧ୍ୟକ୍ଷ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଜି ଭୁବନେଶ୍ୱରଠାରେ ଏନ.ଆଇ.ପି.ଏମ୍. ଉତ୍କଳ ଚାପ୍ଚରର କାର‌୍ୟ୍ୟନିର୍ବାହୀ କମିଟିର ବୈଠକରେ ଶ୍ରୀ ମହାପାତ୍ର ସର୍ବସମ୍ମତି କ୍ରମେ ଚାପ୍ଚରର ଅଧ୍ୟକ୍ଷ ଭାବରେ ମନୋନୀତ ହୋଇଛନ୍ତି ।

ଶ୍ରୀ ମହାପାତ୍ର ବର୍ତ୍ତମାନ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (ନାଲକୋ)ରେ ନିର୍ଦ୍ଦେଶକ (ମାନବ ସମ୍ୱଳ) ଭାବେ କାର‌୍ୟ୍ୟରତ ଅଛନ୍ତି । ଶକ୍ତି, ତୈଳ, ଏବଂ କୋଇଲା ଶିଳ୍ପ ଆଦି କ୍ଷେତ୍ରରେ ବିଭିନ୍ନ ପଦପଦବୀରେ ତାଙ୍କର ତିନି ଦଶନ୍ଧିରୁ ଅଧିକ ଅଭିଜ୍ଞତା ରହିଅଛି । ଶ୍ରୀ ମହାପାତ୍ର ମାନବ ସମ୍ୱଳ କ୍ଷେତ୍ରରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର‌୍ୟ୍ୟ ସୂଚାରୁ ରୂପେ ନିର୍ବାହ କରି ଆସିଛନ୍ତି । ନ୍ୟାସନାଲ ହାଇଡ୍ରୋପାୱାର୍ କର୍ପୋରେସନ୍ ଲିମିଟେଡ୍ (ଏନ.ଏଚ.ପି.ସି.), ଇଞ୍ଜିନିୟର୍ସ୍ ଇଣ୍ଡିଆ ଲିମିଟେଡ୍ (ଇ.ଆଇ.ଏଲ୍.) ଏବଂ ସେଣ୍ଟ୍ରାଲ୍ କୋଲଫିଲ୍ଡ୍ ଲିମିଟେଡ୍ (ସି.ସି.ଏଲ୍ – କୋଲ ଇଣ୍ଡିଆ ଲିମିଟେଡର ଏକ ସବ୍ସିଡିୟାରୀ) ରାଞ୍ଚିଠାରେ ତାଙ୍କର କାର‌୍ୟ୍ୟକାଳ ସମୟରେ, ସେ ଉତ୍ପାଦକ କାର‌୍ୟ୍ୟ ସଂସ୍କୃତିର ଶୁଭାରମ୍ଭ କରିବା ସହିତ ତ୍ୱରାନ୍ୱିତ କରିଥିଲେ ।
ଶ୍ରୀ ମହାପାତ୍ର ପୂର୍ବରୁ ଏନ.ଆଇ.ପି.ଏମ.ର ଅନେକ ପଦପଦବୀରେ କାର‌୍ୟ୍ୟ କରିଛନ୍ତି । ସେ ୨୦୧୫ ରୁ ୨୦୧୯ ପର‌୍ୟ୍ୟନ୍ତ ରାଞ୍ଚି ଚାପ୍ଟରର ଅଧ୍ୟକ୍ଷ ଭାବରେ ଏବଂ ଏନ.ଆଇ.ପି.ଏମ.ର ଜାତୀୟ ପରିଷଦର ଆଞ୍ଚଳିକ ସଭାପତି (ପୂର୍ବାଞ୍ଚଳ) ଭାବରେ ଦୁଇଥର ଦାୟିତ୍ୱ ନିର୍ବାହ କରି ଅଛନ୍ତି । ଉଲ୍ଲେଖଯୋଗ୍ୟ ଯେ ୨୦୧୬ ମସିହାରେ ଶ୍ରୀ ମହାପାତ୍ରଙ୍କ ଅଧ୍ୟକ୍ଷତା ସମୟରେ ଏନ.ଆଇ.ପି.ଏମ. ରାଞ୍ଚି ଚାପ୍ଟର ଏକକାଳୀନ ୧୧୩ ଜଣ ଲାଇଫ୍ ମେମ୍ବର ଗ୍ରହଣ କରିଥିଲା, ଯାହା କୋଣସି ଏକ ବୃତ୍ତିଗତ ସଂସ୍ଥା ପାଇଁ ଏକ ଉଲ୍ଲେଖନୀୟ ସଫଳତା ।
ଶ୍ରୀ ମହାପାତ୍ରଙ୍କର ଉତ୍ପାଦକତା ବୃଦ୍ଧି, ଗ୍ରାମୀଣ ବିକାଶ, ଦାରିଦ୍ର‌୍ୟ ଦୂରୀକରଣ, ପର‌୍ୟ୍ୟାବରଣ ଏବଂ ସବୁଜ ପରିବେଶ ସୃଷ୍ଟି ଆଦି କ୍ଷେତ୍ରରେ କାର‌୍ୟ୍ୟ କରିବାରେ ଖୁବ୍ ଆଗ୍ରହ ରହିଛି । ସେ ସମାଜର ଆବଶ୍ୟକତା ଏବଂ ଆକାଂକ୍ଷାକୁ ପ୍ରତିକ୍ରିୟାଶୀଳ କରିବା ପାଇଁ ପ୍ରଶାସନରେ ସଂସ୍କାର ଆଣିବା ସହିତ ଉତ୍ସାହର ସହିତ କାର‌୍ୟ୍ୟ କରିବା ଉପରେ ଗୁରୁତ୍ୱ ଆରୋପ କରି ଆସୁଛନ୍ତି । ଦଳଗତ କାର‌୍ୟ୍ୟରେ ବିଶ୍ୱାସ ରଖୁଥିବା ଶ୍ରୀ ମହାପାତ୍ର ସ୍ୱଚ୍ଛ ଏବଂ ନେତୃତ୍ୱ ଭିତ୍ତିକ କାର‌୍ୟ୍ୟ କରିବାରେ ସର୍ବାଦା ଆଗଭର ଅଟନ୍ତି ।