ଏହି ୧୩ ଜିଲ୍ଲାରୁ ରାଉରକେଲାକୁ ଗଲେ ରହିବେ କ୍ୱାରେଣ୍ଟାଇନରେ

ରାଉରକେଲା : କରୋନା ସଂକ୍ରମଣ ବୃଦ୍ଧି ହେଉଥିବା ନେଇ ରାଉରକେଲାରେ କଟକଣା ଲଗାଯାଇଛି । ୧୩ ଟି ଜିଲ୍ଲାରୁ ଆସୁଥିବା ସମସ୍ତ ଲୋକଙ୍କୁ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ ।

ଏହି ୧୩ଟି ଜିଲ୍ଲା ହେଲା;  ଖୋର୍ଦ୍ଧା, ଗଞ୍ଜାମ, ଭଦ୍ରକ, ବାଲେଶ୍ୱର, ବଲାଙ୍ଗୀର, ନୟାଗଡ଼, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର , ମୟୁରଭଞ୍ଜ , ସୁନ୍ଦରଗଡ଼ । ରାଉରକେଲା ପୌରାଞ୍ଚଳ ପକ୍ଷରୁ କଟକଣା ଜାରି କରାଯାଇଛି ବୋଲି ଏଡିଏମ୍ ସୂଚନା ଦେଇଛନ୍ତି। ଉପରୋକ୍ତ ୧୩ଟି ଜିଲ୍ଲାରୁ ଆସୁଥିବା ସମସ୍ତ ଲୋକଙ୍କୁ ୧୪ ଦିନିଆ କ୍ୱାରେଣ୍ଟାଇନ ରହିବା ବାଧ୍ୟତାମୂଳକ ବୋଲି ରାଉରକେଲା ପୌରାଞ୍ଚଳ ପକ୍ଷରୁ କୁହାଯାଇଛି ।