କ୍ୱାରେନଂଟାଇନ୍ ରୁ ୨୧୬ ଜଣ ପ୍ରବାସୀ ଓଡ଼ିଆ ଫେରାର

ଗଞ୍ଜାମ: ଗଞ୍ଜାମ ଜିଲ୍ଲାର କ୍ୱାରେନଂଟାଇନ୍ ରୁ  ୨୧୬ ଜଣ  ପ୍ରବାସୀ ଓଡ଼ିଆ ଫେରାର ହୋଇଥିବା ଜଣାଯାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାର ବେଗୁନିଆପଡ଼ା କ୍ୱାରେନଂଟାଇନ୍  ରେ ଗତକାଲି ବିଳମ୍ବିତ ରାତିରେ ସୁରତ ଫେରନ୍ତାଙ୍କୁ ରଖାଯାଇଥିଲା, ହେଲେ ସେମାନେ ଆଜି ସକାଳେ  ଫାଟକ ଭାଙ୍ଗି ଚମ୍ପଟ ମାରିଥିଲେ ।

ମିଳିଥିବା ସୂଚନା ଅନୁସାରେ, ଗତକାଲି ପ୍ରବାସୀ ଓଡ଼ିଆଙ୍କୁ ନେଇ ୪ଟି ବସରେ ପାଖାପାଖି ୨୧୬ ଜଣ ଲୋକ ଗଞ୍ଜାମରେ ପହଂଚିଥିଲେ । ଏମାନଙ୍କ ସମସ୍ତଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ସେମାନଙ୍କ ଭିତରୁ ୧୫୦ଜଣଙ୍କୁ ବେଗୁନିଆପଡ଼ା ବ୍ଲକର ଆଦର୍ଶ ବିଦ୍ୟାଳୟରେ ଓ ଜନତା ନୋଡାଲ ମାଧ୍ୟମିକ ସ୍କୁଲରେ ୫୬ଜଣଙ୍କୁ କ୍ୱାରେନଂଟାଇନ୍ ରେ ରଖାଯାଇଥିଲା । ଏପରିକି ସେମାନଙ୍କୁ ରାତିରେ ଖାଇବା ପିଇବା ମଧ୍ୟ ଦିଆଯାଇଥିଲା ।

ମାତ୍ର କ୍ୱାରେନଂଟାଇନ୍ ରେ ଠିକରେ ଖାଇବା,ପିଇବା ଦିଆଯାଉ ନଥିବା ଅଭିଯୋଗ କରି କେନ୍ଦ୍ର ଫାଟକ ଭାଙ୍ଗି ଫେରାର ହୋଇଯାଇଛନ୍ତି । ତେବେ ରାସ୍ତାରେ ସୁରତ ଫେରାନ୍ତାଙ୍କୁ ଯାଉଥିବା ଦେଖି ଲୋକ ଏନେଇ ସ୍ଥାନୀୟ ପ୍ରଶାସନକୁ ଖବର ଦେଇଥିଲେ । ଏହାପରେ ପୁଲିସ କିଛି ଲୋକଙ୍କୁ ଫେରାଇ ଆଣିବାରେ ସକ୍ଷମ ହୋଇଥିବା ଜଣାଯାଇଛି।