ଦେଶକୁ ମିଳିଲା ତୃତୀୟ କରୋନା ଟିକା : ଭାରତରେ ସ୍ପୁଟନିକ୍‌-V ଟିକାକୁ ଅନୁମତି

କୋଭିସିଲ୍ଡ ଏବଂ କୋଭାକ୍ସିନ୍‌ ପରେ ତୃତୀୟ ଟିକାଭାବେ ବିଶେଷଜ୍ଞ ଟିମର ମଞ୍ଜୁରୀ

ନୂଆଦିଲ୍ଲୀ   : ଭାରତରେ ସ୍ପୁଟନିକ୍‌-V ଟିକାକୁ ଅନୁମତି ମିଳିଛି । ଋଷ ନିର୍ମିତ ସ୍ପୁଟନିକ୍‌-V ଟିକାକୁ ମାନବୀକ ବ୍ୟବହାର ପାଇଁ ଅନୁମତି ମିଳିଥିବା ସୂଚନା ମିଳିଛି । ଏ ନେଇ ସୋମବାର ସ୍ବତନ୍ତ୍ର ବିଶଷେଜ୍ଞ କମିଟିରେ ନିଷ୍ପତ୍ତି ନିଆଯାଇଛି । ଭାରତରେ କୋଭିସିଲ୍ଡ ଏବଂ କୋଭାକ୍ସିନ୍‌ ପରେ ତୃତୀୟ ଟିକା ଭାବେ ସ୍ପୁଟନିକ୍‌-Vକୁ ଅନୁମତି ମିଳିଛି । ତବେେ ଭାରତରେ ବୃଦ୍ଧି ପାଉଥିବା କରୋନାର ଦ୍ବିତୀୟ ଲହରକୁ ଏହା ରୋକିବାରେ ବଶେ ସହାୟକ ହବେ ବୋଲି ବିଶଷେଜ୍ଞମାନେ ମତ ଦେଇଛନ୍ତି ।

ଭାରତରେ ଦ୍ରୁତ ଗତି​‌ରେ ବଢୁଥିବା କରୋନା ସଂକ୍ରମଣ ଏବେ ଚିନ୍ତାରକାରଣ ପାଲଟିଛି । ଏହାରି ମଧ୍ୟରେ ଏକ ଆଶ୍ବସ୍ତିକର ଖବର ଦେଇଛନ୍ତି ଏକ୍ସର୍ପଟ କମିଟି । ଭାରତରେ ବିଦ୍ଧିବଦ୍ଧ ଭାବେ ଋଷ ନିର୍ମିତ ଭ୍ୟାକସିନ୍‌ ବ୍ୟବହାର ନେଇ ଅନୁମତି ମିଳିବା ପରେ ଏହା ବଶେ ମାତ୍ରାରେ ସହାୟକ ହବେ ବୋଲି ଅନୁମାନ କରାଯାଉଛି ।

putnik v-covid vaccine allowed in india by expert team