ବାତ୍ୟା ପରେ ପୁରୀରେ ବ୍ୟାପୁଛି ଝାଡ଼ାବାନ୍ତି

ପୁରୀ: ବାତ୍ୟା ପରେ ପୁରୀରେ ବ୍ୟାପୁଛି ଝାଡ଼ାବାନ୍ତି ।  ଗତ ୨୪ ଘଣ୍ଟାରେ ପୁଣି ୩୫ ଜଣ ଆକ୍ରାନ୍ତ ହୋଇଛନ୍ତି । ସେଥିରୁ ବ୍ରହ୍ମଗିରି ଅଞ୍ଚଳର ୨୧ ଜଣ, ପୁରୀ ସଦର ବ୍ଳକ ଅଞ୍ଚଳରେ ୫ ଜଣ ଓ ଜିଲ୍ଲା ସଂକ୍ରାମକ ହସ୍ପିଟାଲ୍‌ରେ ୯ ଜଣ ଥିବା ଜଣାପଡ଼ିଛି । ତେବେ ଗତକାଲି ୨ ଜଣ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ପୁରୀ ସିଡିଏମ୍‌ଓ କହିଛନ୍ତି ।

 ଲୋକମାନେ ଦୂଷିତ ପାଣି ପିଇବା ଯୋଗୁ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଉଛନ୍ତି । ୨ ଦିନ ମଧ୍ୟରେ ବ୍ରହ୍ମଗିରିର ଆଳିଆପୁଟ, ଜଗନ୍ନାଥପାଟଣା, ବ୍ରହ୍ମଗିରି ଭଳି ଅଞ୍ଚଳରୁ ୨୧ ଜଣ ରୋଗୀ ଝାଡ଼ାବନ୍ତିରେ ଆକ୍ରାନ୍ତ ହୋଇ କେରାଣ୍ଡିଆ ଡାକ୍ତରଖାନାରେ ଚିକିତ୍ସିତ ହୋଇଛନ୍ତି । ସେହିପରି ପୁରୀ ସଦର ବ୍ଲକର ରେଣ୍ଡୁଅ ଚମାର ସାହି ଅଞ୍ଚଳରେ ୫ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି ।