ଶ୍ରୀମନ୍ଦିର ବିଭ୍ରାଟକୁ ନେଇ ରାଜ୍ୟ ରାଜନୀତି ଗରମ : ସରକାରଙ୍କୁ ଘେରିଲେ ବିରୋଧୀ

ଭୁବନେଶ୍ବର : ଶ୍ରୀମନ୍ଦିର ବିଭ୍ରାଟକୁ ନେଇ ଗରମ ହେଲାଣି ରାଜ୍ୟ ରାଜନୀତି । ରାଜ୍ୟ ସରକାରଙ୍କ ଢିଲା ଓ ହୁଗୁଳା ପ୍ରଶାସନ ପାଇଁ ଏପରି ବିଭ୍ରାଟ ଘଟୁଛି ବୋଲି ବିରୋଧୀ କ୍ଷୁବ୍ଧ । ଏପରିକି ବିରୋଧୀଙ୍କ  ଭଳି ଶାସକ ଦଳର ସଦସ୍ୟ ବି ମନ୍ଦିର ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଲେଣି ।    

ଶ୍ରୀ ମନ୍ଦିରରେ ବାରମ୍ବାର ବିଭ୍ରାଟ କୁ ନେଇ ରାଜ୍ୟ ରାଜନୀତି ଗରମ । ରାଜ୍ୟ ସରକାରଙ୍କ ଢିଲା ପାଇଁ ବାରମ୍ବାର ଶ୍ରୀଜଗନ୍ନାଥ ସାଧାରଣରେ ନିନ୍ଦିତ ଆଉ ଅପମାନିତ । ପେ।ଲିସ ସେବାୟତ ବିବାଦକୁ ସମାଧାନ ନକରି ଉତ୍କଳର ତ୍ରାଣକର୍ତ୍ତା ଶ୍ରୀଜିଉଙ୍କୁ ୧୨ ଘଣ୍ଟା ଉପାସ ରଖିବା ଏବଂ ରାଜ୍ୟ ସରକାର ନିରବ ଦ୍ରଷ୍ଟା ସାଜିବା ବିରୋଧୀଙ୍କୁ କ୍ଷୁବ୍ଧ କରିଛି । ଯେଉଁ ଜଗନ୍ନାଥ ଓଡିଶାର ପରିଚୟ ତାଙ୍କ ପ୍ରତି ଏଭଳି ଅସମ୍ମାନ ରାଜ୍ୟ ସରକାରଙ୍କ ଅପାରଗତାର ଏକ ନମୁନା ବେ।ଲି ବିରୋଧୀ ଅଭିଯେ।ଗ କରିଛନ୍ତି ।

କଥା କଥାକେ ସେବାୟତ ମାନେ ଜଗନ୍ନାଥ ଙ୍କ ପ୍ରତି ଏଭଳି କଠୋର ବ୍ୟବହାର କରିବା କେବଳ ଓଡିଶା ବାସୀ ନୁହଁନ୍ତି ବିଶ୍ବର ଜଗନ୍ନାଥ ପ୍ରେମୀଙ୍କୁ ଖୁବ୍‌ ବାଧିଛି । ଓଡିଶା ସରକାର ଏହାକୁ ମନ୍ଦିର ପ୍ରଶାସନର କଥା କହି ଯେଭଳି ଉପରକୁ ହାତ ଟେକି ଦେଉଛନ୍ତି ତାହା ମଧ୍ୟ ସାଧାରଣ ଲୋକଙ୍କୁ ବ୍ୟଥିତ କରୁଛି । ସେ ବ୍ରହ୍ମ ବିଭ୍ରାଟ ହେଉ କି ଧାଡି ଦର୍ଶନ ବିବାଦ , ଅବା ପେ।ଲିସ ସେବାୟତ ବିବାଦ । ନିଜ ନିଜ ଅହଂଙ୍କାରରେ ଅଡିବସି ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେବାକୁ ଏମାନଙ୍କୁ କିଏ ଅଧିକାର ଦେଲା ବୋଲି ପ୍ରଶ୍ନ ଉଠିଲାଣି । ଶାସକ ଦଳର ସଦସ୍ୟ ବି ସରକାରଙ୍କ ମନ୍ଦିର ପରିଚାଳନା ଦକ୍ଷତାକୁ ନେଇ ଖୁସି ନାହାନ୍ତି ।

ଶ୍ରୀ ମନ୍ଦିର ବିଭ୍ରାଟ ସାଧାରଣ ଲେ।କଙ୍କ ଭାବା ବବେଗକୁ ଦୋହଲ।ଇ ଦେଇଛି ।ଏହି ଭାବାବେଗକୁ ପୁଞ୍ଜି କରି ରାଜନୈତିକ ଦଳମାନେ ବି ଫାଇଦା ନେବାକୁ ଯେ।ଜନା କରୁଛନ୍ତି ।