ସୁନାବେଶରେ ରଥାରୁଢ଼ ଶ୍ରୀଜିଉ

ପୁରୀ : ଆଷାଢ଼ ଶୁକ୍ଳ ଏକାଦଶୀ  । ଶ୍ରୀକ୍ଷେତ୍ରରେ ରଥାରୁଢ଼ ଚତୁର୍ଦ୍ଧା ବିଗ୍ରହଙ୍କ ଦୁର୍ଲଭ ସୁନାବେଶ । ରଥ ଉପରେ ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ । ମହାପ୍ରଭୁଙ୍କର ଏହି ବେଶକୁ ରାଜରାଜେଶ୍ବର ବେଶ ବୋଲି ମଧ୍ୟ କୁହାଯାଏ। ବିଶ୍ବାସ ରହିଛି ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କଲେ ମୋକ୍ଷ ପ୍ରାପ୍ତି ହୋଇଥାଏ । ସୁନାବେଶରେ ମହାପ୍ରଭୁ ଜଗନ୍ନାଥ, ବଡ଼ ଭାଇ ବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରାଙ୍କ ହସ୍ତପଦ ସହ ଶ୍ରୀଭୁଜ, ଶ୍ରୀପୟର, ପଦପଲ୍ଲବ, ରତ୍ନ ପଦକ, ରତ୍ନକିରିଟି, ଘାଗଡା ମାଳି, କଦମ୍ବ ମାଳି, ବାହାଡା ମାଳି, ବାଘନଖ ମାଳି, ସେବତୀ ମାଳି, ମୁକୁଟ ଆଦିରେ ଶୋଭା ପାଉଛନ୍ତି । ଏହି ସବୁ ସୁନା ଅଳଙ୍କାର ପିନ୍ଧିବା ସହ ରୂପାରେ ତିଆରି ପଞ୍ଚଜନ୍ୟ ଶଙ୍ଖକୁ ଧାରଣ କରିଥାନ୍ତି ମହାପ୍ରଭୁ । ପ୍ରାୟ ୧୩୮ ପ୍ରକାରର ସ୍ବର୍ଣ୍ଣ ଅଳଙ୍କାରରେ ସଜେଇ ହୋଇଛନ୍ତି ଶ୍ରୀଜିଉ ।
ମହାପ୍ରଭୁଙ୍କର ଏଇ ଦିବ୍ୟ ବେଶ ଦେଖିବାକୁ ଲୋକାରଣ୍ୟ ହୋଇଛି ଶ୍ରୀକ୍ଷେତ୍ର। ମହାପ୍ରଭୁ ପ୍ରାୟ ୨ ଶହ କିଲୋଗ୍ରାମର ସୁନା ଅଳଙ୍କାର ପିନ୍ଧି ଲକ୍ଷ ଲକ୍ଷ ଭକ୍ତଙ୍କୁ ବଡ଼ଦାଣ୍ଡରେ ଦର୍ଶନ ଦେଉଛନ୍ତି ।
ସୁନାବେଶ ପାଇଁ ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନର ବ୍ୟାପକ ବନ୍ଦୋବସ୍ତ ମଧ୍ୟରେ ଶ୍ରୀମନ୍ଦିର ଭଣ୍ଡାର ଘରୁ ମହଣ ମହଣ ସୁନା, ରୂପା ଓ ରତ୍ନ ଅଳଙ୍କାର ରଥ ଉପରକୁ ଅଣାଯାଇଥିଲା । ଏଇ ସମୟରେ ସଶସ୍ତ୍ର ପୋଲିସ ସହ ମାଜିଷ୍ଟ୍ରେଟ୍ ଉପସ୍ଥିତ ଥିଲେ । ଅପରାହ୍ନ ୩ଟା ୪୦ ରୁ ଶ୍ରୀଜିଉମାନଙ୍କୁ ସୁନା ଅଳଙ୍କାରରେ ଭୂଷିତ କରାଯାଇଥିଲା । ସେପଟେ ଶୃଙ୍ଖଳିତ ଦର୍ଶନ ପାଇଁ ସିଂହଦ୍ବାର ଠାରୁ ମାର୍କେଟ୍ ଛକ ପର୍ଯ୍ୟନ୍ତ ବ୍ୟାରିକେଡ୍ କରାଯାଇଛି। ଭକ୍ତମାନେ ଗୋଟିଏ ପଟେ ଆସି ଅନ୍ୟପଟେ ବାହାରିବାର ବ୍ୟବସ୍ଥା ହୋଇଛି ।

ମହାପ୍ରଭୁଙ୍କ ଏହି ମନଲୋଭା ବେଶ ୪ଟାରୁ ଆରମ୍ଭ ହୋଇଥିଲା ଶ୍ରୀମନ୍ଦିରର ରତ୍ନଭଣ୍ଡାରରୁ ଶ୍ରୀଜିଉଙ୍କର ଅଳଙ୍କାର ଗୁଡ଼ିକ କଡ଼ାସୁରକ୍ଷା ମଧ୍ୟରେ ରଥ ଉପରକୁ ନିଆଯାଇଥିଲା। ଭଗବାନ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କୁ ପ୍ରାୟ ୨୦୦ କିଲୋ ସ୍ୱର୍ଣ୍ଣ ଅଳଙ୍କାର ପିନ୍ଧି ଭକ୍ତମାନଙ୍କୁ ରଥ ଉପରୁ ଦର୍ଶନ ଦେଉଛନ୍ତି। ସୁନାବେଶରେ ପ୍ରଭଳ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ବ୍ୟାପକ ପୁଲିସ ବ୍ୟବସ୍ଥା କରାଯାଇଛି। ସେହିପରି ଶୃଙ୍ଖଳିତ ଦର୍ଶନ ପାଇଁ ବେରିକେଡ ସହ ଓ୍ଵାନ୍‌-େଓ୍ଵ ବ୍ୟବସ୍ଥା କରାଯାଇଛି।

ରବିବାର ସନ୍ଧ୍ୟାରେ ରଥ ଉପରେ ଅଧରପଣା ନୀତି ଅନୁଷ୍ଠିତ ହେବ ଏବଂ ଆସନ୍ତା ୧୫ ତାରିଖରେ ନୀଳାଦ୍ରିବିଜେ ଦିନ ମହାବାହୁ ନୀଳକନ୍ଦରକୁ ବିଜେ କରିବେ।