ପୁଣିଥରେ ଭାଇରାଲ ହେଲା ଶ୍ରୀମନ୍ଦିର ଆନନ୍ଦବଜାରର ଫଟୋ

ପୁରୀ: ପୁଣି ଶ୍ରୀମନ୍ଦିରର ଫଟୋ ଭାଇରାଲ୍। ନିକଟରେ ସୋସିଆଲ ମିଡିଆରେ ଭୋଗ ମଣ୍ଡପର ଦୃଶ୍ୟ ଭାଇରାଲ ହେବା ପରେ ଏବେ ପୁଣି ଜଣେ ବ୍ୟକ୍ତି ଆନନ୍ଦବଜାରର ଫଟୋ ଭାଇରାଲ କରିଛନ୍ତି। ଫଳରେ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସୂଚନାନୁସାରେ, ପିଣ୍ଟୁ ମହାପାତ୍ର ନାମକ ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ଆନନ୍ଦବଜାରର ଫଟୋ ଅପଲୋଡ୍ କରିଛନ୍ତି। ଗତ ଅଗଷ୍ଟ ୧୯ରେ ସେ ଏହି ଫଟୋ ଅପଲୋଡ କରିଛନ୍ତି। ମହାପ୍ରସାଦ ବିକ୍ରି ବେଳର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖାଯାଇଛି। 

 

ତେବେ ନିକଟରେ ଶ୍ରୀମନ୍ଦିରର ବେଢା ଭିତରର ଫଟୋ ଭାଇରାଲ ହୋଇଥିଲା। ଜଣେ ଯୁବତୀ ତାଙ୍କ ଟିକଟକ୍ ଆକାଉଣ୍ଟରେ ଭୋଗ ମଣ୍ଡପର ଭିଡିଓ ଅପଲୋଡ କରିଥିଲେ। ସେହିପରି ଜଣେ ଅଭିନେତ୍ରୀ ଅବଢା ଖାଉଥିବା ଦୃଶ୍ୟ ମଧ୍ୟ ଭାଇରାଲ ହୋଇଥିଲା। ଏପରିକି ଜଣେ ପୁଲିସ ଏସଆଇ ମହାଳୟା ଶ୍ରାଦ୍ଧ ଦେଉଥିବା ସମୟରେ ଭିଡିଓ କରି ନିଲମ୍ବିତ ହୋଇଥିଲେ। ତେବେ ବାରମ୍ବାର ଶ୍ରୀମନ୍ଦିରର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ପ୍ରଶାସନ ଏନେଇ କଡା ପଦକ୍ଷେପ ନେଉନାହିଁ। ଯାହାଦ୍ଵାରା ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମନ୍ଦିର ବାହାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଏଭଳି ଘଟଣା ବାରମ୍ବାର ଦେଖିବାକୁ ମିଳୁଛି। ଯହାକି ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ଥିବା ଅଧିକାରୀଙ୍କ ଖାମଖିଆଲି ମନୋଭାବ ଏବଂ କର୍ତ୍ତବ୍ୟ ପ୍ରତି ଅବହେଳାକୁ ସୂଚାଉଚି।