ପୁଣିଥରେ ଆଜିଠାରୁ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ

ପୁରୀ:ଆଜିଠାରୁ ପୁଣି ଥରେ ଆରମ୍ଭ ହୋଇଛି ପୁରୀ ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପ କାମ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆଜି ଠାରୁ ଏହି କାମ ପୁଣି ଥରେ ଆରମ୍ଭ ହୋଇଥିବା ନେଇ ସୂଚନା ମିଳିଛି । ପ୍ରଥମେ ଶ୍ରୀମନ୍ଦିରର ଉତରଦ୍ୱାର ଓ ପଶ୍ଚିମଦ୍ୱାର ପଟୁ କାମ ଆରମ୍ଭ ହେଉଛି । ମନ୍ଦିର ଚତୁଃପାର୍ଶ୍ୱରେ ରହିଥିବା ଭଗ୍ନାବଶେଷକୁ ତୁରନ୍ତ ସ୍ଥାନାନ୍ତର କରାଯିବା ନେଇ କାର୍ଯ୍ୟ ଆରମ୍ଭ କରାଯାଇଛି ।

କରୋନା ନେଇ ଜାରି ହୋଇଥିବା ଲକ୍‌ଡାଉନ୍‌ କାରଣରୁ ଦୁଇ ମାସ ହେବ ଉନ୍ନୟନ କାମ ସମ୍ପୂର୍ଣ୍ଣ ଭାବେ ଅଟକି ରହିଥିଲା । ଏହା ପୂର୍ବରୁ ଶ୍ରୀମନ୍ଦିରର ୭୫ ମିଟର ଅଂଚଳ ମଧ୍ୟରେ ମଧ୍ୟରେ ଜମି ଅଧିଗ୍ରହଣ ପ୍ରକ୍ରିୟା ତ୍ୱରାନ୍ଵିତ ହୋଇଥିବା ବେଳେ ସିଂହଦ୍ୱାର ଅଞ୍ଚଳରେ ଉନ୍ନୟନ ଓ ସୌନ୍ଦର୍ଯ୍ୟକରଣ କାମ ମଧ୍ୟ ଅଗ୍ରଗତି ହୋଇଥିଲା  ।