ଶ୍ରୀମନ୍ଦିରରୁ ଶ୍ରୀନଅର ନୋ ପାର୍କିଂ ଜୋନ

ପୁରୀ: ପୁରୀ ଜିଲ୍ଲା ପ୍ରଶାସନ ଭକ୍ତଙ୍କ ସୁବିଧା ଦୃଷ୍ଟିରୁ ଏକ ସ୍ୱତନ୍ତ୍ର ପଦକ୍ଷେପ ନେଇଛି । ପ୍ରଶାସନ ତରଫରୁ ଶ୍ରୀମନ୍ଦିରରୁ ଶ୍ରୀନଅର ଯାଏଁ ନୋ ପାର୍କିଂ ଜୋନ ଘୋଷଣା କରାଯାଇଛି ।

ଆଜି ପ୍ରଶାସନ ତରଫରୁ ପ୍ରଥମେ ବଡଦାଣ୍ଡରେ ଥିବା ଉଠାଦୋକାନୀଙ୍କୁ ହଟାଯାଇଥିଲା । ପରେ ଶ୍ରୀମନ୍ଦିରରୁ ଶ୍ରୀନଅର ଯାଏଁ ଜବରଦଖଲ କରିଥିବା ଦୋକାନକୁ ପୋଲିସ ହଟାଇଥିଲା । ତେବେ ଶ୍ରୀମନ୍ଦିର ସୁରକ୍ଷା ଏବଂ ଭକ୍ତଙ୍କ ସୁବିଧା ପାଇଁ ଏହି ନିଷ୍ପତି ନିଆଯାଇଥିବା ପୋଲିସ କହିଛି ।

ସୂଚନାଯୋଗ୍ୟ କି, ପୁରୀ ବଡଦାଣ୍ଡରେ ଅଧିକାଂଶ ସମୟରେ ଭକ୍ତଙ୍କ ଭିଡ ପରିଲକ୍ଷିତ ହୋଇଥାଏ । ଏହାସହ କିଛି ବ୍ୟକ୍ତି ଯାନାବାହାନ ପାର୍କିଂ ମଧ୍ୟ କରିଥାନ୍ତି । ଯାହାକୁ ନେଇ ଟ୍ରାଫିକ ସମସୟା ଉପୁଜିଥାଏ । ଏପରିକି ଉଠାଦୋକାନୀଙ୍କ ପାଇଁ ମଧ୍ୟ ଭିୟ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିବା ଅନେକ ନଜିର ରହିଛି ।