ଜାରି ରହିଛି ଶ୍ରୀମନ୍ଦିର ଚାରିପାଖ ଉଚ୍ଛେଦ ପ୍ରକ୍ରିୟା; ବିଜୁ ସ୍କୃତି ପୀଠ ଭାଙ୍ଗିଲା

ପୁରୀ: ଆଜି ମଧ୍ୟ ଶ୍ରୀମନ୍ଦିର ଚାରିପାଖ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି । ଶ୍ରୀମନ୍ଦିର ପଶ୍ଚିମ ଦ୍ଵାର ସମ୍ମୁଖ ବିଷ୍ଣୁଭବନ ସଂଲଗ୍ନ ଏକ ଘର ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି।

ପୁରୀକୁ ବିଶ୍ଵ ଦରବାରରେ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ କରିବା ପାଇଁ ପୁରୀ ସୌନ୍ଦର୍ଯ୍ୟକରଣ କରାଯାଉଛି। ଏଥିପାଇଁ ଶ୍ରୀମନ୍ଦିରର ୭୫ ମିଟର ଚୌହଦୀରୁ ଉଚ୍ଛେଦ କରାଯାଉଛି। ଏହି କ୍ରମରେ ବହୁ ପୁରାତନ ମଠ ମନ୍ଦିର, ବିଭିନ୍ନ ଲୋକଙ୍କ ଘର ଓ ଦୋକାନ ବଜାର ସବୁ ମାଟିରେ ମିଶିଲାଣି। ଆଜି ମଧ୍ୟ ଉଚ୍ଛେଦ ହେଉଛି। ଶ୍ରୀମନ୍ଦିର ପଶ୍ଚିମ ଦ୍ଵାର ସମ୍ମୁଖ ବିଷ୍ଣୁଭବନ ସଂଲଗ୍ନ ଏକ ଘର ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଉଛି। ୨ ପ୍ଲାଟୁନ ପୋଲିସ ଫୋର୍ସଙ୍କ ଉପସ୍ଥିତିରେ ଉଚ୍ଛେଦ କାର୍ଯ୍ୟ ହେଉଛି। ତେବେ ଏହା ପୂର୍ଵରୁ ପୁରୀ ସ୍ଵର୍ଗଦ୍ଵାର ପରିସରରୁ ବିଜୁ ସ୍ମୃତି ପୀଠ ଉଚ୍ଛେଦ ହୋଇଛି। ସ୍ଵର୍ଗଦ୍ଵାରର ବିକାଶ ପାଇଁ ବିଳମ୍ଵିତ ରାତ୍ରୀରେ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଥିଲା।