ପୁରୀ: ପୁରୀ ଶ୍ରୀମନ୍ଦିରରେ ବରାଦି ଅବଢ଼ା ବିକ୍ରି ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। କାର୍ତ୍ତିକ ମାସରେ ଉତ୍ତର ଓ ଦକ୍ଷିଣ ଦ୍ବାରରେ ଅବଢ଼ା ପାଇଁ ସ୍ବତନ୍ତ୍ର କାଉଣ୍ଟର ହେବ। ଟୋକନ୍ କାଟିବା ପରେ ଶ୍ରଦ୍ଧାଳୁ ସ୍ବତନ୍ତ୍ର ମହାପ୍ରସାଦ ନେଇପାରିବେ। କୋଭିଡ୍ କଟକଣା ଭିତରେ ମହାପ୍ରସାଦ ବିକ୍ରି କରାଯିବ। ଶ୍ରଦ୍ଧାଳୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ବ ପାଳନ କରିବେ। ଏ ସଂକ୍ରନ୍ତରେ ଖୁବ୍ ଶୀଘ୍ର ନିଷ୍ପତ୍ତି ନିଆଯାଇ କାଉଣ୍ଟର ଖୋଲିବା ନେଇ ବ୍ୟବସ୍ଥା କରାଯିବ ବୋଲି ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
puri srimandir baradi abhada