ଶଙ୍କରାଚାଯ୍ୟଙ୍କୁ ଭେଟି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ଆଲୋଚନା
ଶ୍ରୀ ମନ୍ଦିର ପରିଚାଳନା ଲାଗି ନିଆଯିବ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ
ପୁରୀ : ବର୍ଷକୁ ୩ରୁ୪ ଥର ଗୋବର୍ଦ୍ଧନ ପୀଠରେ ଶ୍ରୀମନ୍ଦିର ପରିଚଳନା କମିଟିର ବୈଠକ ବସିବ। ସ୍ବତଃନୀତି ଅନୁସାରେ ଓ ମନ୍ଦିରର ୮୦୦ ବର୍ଷ ପୁରୁଣା ପରମ୍ପରା ରୀତିନୀତି ଅନୁଯାୟୀ ଶ୍ରୀଜୀଉଙ୍କ ହେବ ସେବା ନୀତି ହେବ।
ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଅନୁସାରେ ଯାହା ନିଷ୍ପତ୍ତି ହେବ ସେହି ଆଧାରରେ ଶ୍ରୀଜୀଉଙ୍କ ସମସ୍ତ ନୀତିକାନ୍ତିକୁ ତ୍ବରାନ୍ବିତ କରାଯିବ। ଶ୍ରୀଜୀଉଙ୍କ ଅନେକ ନୀତିକାନ୍ତିକୁ ମଧ୍ୟ ପୁନଃ ପ୍ରଚଳନ ପାଇଁ ଶଙ୍କରାଚାର୍ଯ୍ୟଙ୍କ ମତାମତ ଲୋଡା ଯାଇ ବିଧିବଦ୍ଧ କରାଯିବ । ଆଜି ଗୋବର୍ଦ୍ଧନ ପୀଠରେ ପୁରୀ ଶଙ୍କରାଚାର୍ଯ୍ୟ ଜଗଦଗୁରୁ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଭେଟିବା ପରେ ଏହି ମତ ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର ।
ଆଜି ଗଜପତି ମହାରାଜା ଦିବ୍ୟସିଂହ ଦେବ ଅଧ୍ୟକ୍ଷତାରେ ଯାଇଥିବା ଟିମ୍ରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର, ଜିଲ୍ଲାପାଳ ବଳୱତ ସିଂହ ପ୍ରମୁଖ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ଆଲୋଚନା କରିଥିଲେ । ମହାପ୍ରଭୁଙ୍କ ସେବା ପୂଜା ଓ ନୀତି ନର୍ଦ୍ଧାରଣ ସମ୍ପର୍କରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ଶ୍ରୀମନ୍ଦିର ସେବାପୂଜା ପଦ୍ଧତି, ସମସ୍ୟା, ମହାପ୍ରଭୁଙ୍କ ନୀତିକାନ୍ତି, ରଥଯାତ୍ରା, ବାହୁଡାଯାତ୍ରା ଆଦି ଉପରେଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେବାର ପରମ୍ପରା ରହିଛି।
ଆଜିର ବୈଠକରେ ଯାହା ଆଲୋଚନା ହେବ, ସେନେଇ ଶ୍ରୀମନ୍ଦିର ପ୍ରଶାସନ ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସମ୍ପର୍କିତ ମାମଲାର ଶୁଣାଣି ବେଳେ ରିପୋର୍ଟ ଦାଖଲ କରିବ। ଆସନ୍ତା ୮ତାରିଖରେ ଏହି ମାମଲାର ଶୁଣାଣି ରହିଛି। ଶ୍ରୀମନ୍ଦିର ସେବାପୂଜା ନେଇ ଶଙ୍କରାଚାର୍ୟ୍ୟ ଓ ଗଜପତି ମହାରାଜାଙ୍କ ପରାମର୍ଶ ନେବାକୁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ।
ଏପଟେ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି। ମହାପ୍ରଭୁଙ୍କ ଆଜ୍ଞାମାଳ ନେଇ ଏକ ଟିମ ନୟାଗଡ଼ ବନଖଣ୍ଡକୁ ଯାତ୍ରା କରିବ। ସେଠାରୁ ରଥ କାଠ ସଂଗ୍ରହ କରାଯିବାର ବିଧିବ୍ୟବସ୍ଥା ରହିଛି।