ଜାତୀୟ କୀର୍ତ୍ତିରାଜି କର୍ତ୍ତୃପକ୍ଷ ଜାରି କରିଥିବା ଡ୍ରାଫ୍ଟକୁ ବିବାଦ : NMA ସଚିବଙ୍କୁ ଶ୍ରୀମନ୍ଦିର ମୁଖ୍ୟପ୍ରଶାସକଙ୍କ ପତ୍ର
ମନ୍ଦିରକୁ ସ୍ମାରକୀ ଭାବେ ବିବେଚନା କରିବା ଠିକ୍ ନୁହେଁ : ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
ଭୁବନେଶ୍ୱର : ଏନଏମଏ ବାଇ ଲ’କୁ ନେଇ ଏବେ ବିବାଦ ଜୋର ଧରିଥିବା ବେଳେ ତୀବ୍ର ହେଲାଣି ବିରୋଧ । ଜାତୀୟ ସ୍ମାରକୀ ପ୍ରାଧିକରଣ ବାଇ ଲ’ ପ୍ରତ୍ୟାହାର ପାଇଁ ଚିଠି ଲେଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର । କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ସଦସ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର । ଏହି ପ୍ରସଙ୍ଗରେ ଆଲୋଚନା କରି ନିଷ୍ପତ୍ତି ନେବାକୁ ଚିଠିରେ ଉଲ୍ଲେଖ କରାଯାଇଛି । ଶ୍ରୀକ୍ଷେତ୍ର ମୂଳପୀଠ, ସେବକ, ଶ୍ରଦ୍ଧାଳୁଙ୍କ ସ୍ବାର୍ଥ ପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦିଆଯାଇଛି । ଏ ସଂପର୍କରେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସହ ଆଲୋଚନା ପାଇଁ ପରାମର୍ଶ ଦିଆଯାଇଛି ।
୧୯୭୯ ଚୁକ୍ତି ମୁତାବକ ଏଏସଆଇର କାର୍ଯ୍ୟ ସୀମିତ । କେବଳ ଶ୍ରୀମନ୍ଦିର ସଂରକ୍ଷଣ କାର୍ଯ୍ୟ କରିବ ଏଏସଆଇ । ଏହାବାଦ୍ ଅନ୍ୟ କୌଣସି କାମରେ ହସ୍ତକ୍ଷେପ କରିପାରିବନି ASI। ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ରାଷ୍ଟ୍ରପତିଙ୍କ ଦ୍ୱାରା ସ୍ୱୀକୃତ ସଂସ୍ଥା ଏବଂ ଶ୍ରମନ୍ଦିର ପରିଚାଳନା ପାଇଁ ୧୯୫୫ ମସିହାରେ ଏକ ସ୍ୱତନ୍ତ୍ର ଆଇନ ମଧ୍ୟ ରହିଛି । ଶ୍ରୀମନ୍ଦିର ଏବଂ ଏହାରା ଚର୍ତୁପାର୍ଶ୍ୱରେ ଥିବା ସମସ୍ତ ସଂପତ୍ତି ଜଗନ୍ନାଥ ମହାପ୍ରଭୁଙ୍କ ନାମରେ ରହିଛି । ଏନଏମଏର ଚିଠା ବାଇ-ଲ ସେବାୟତଙ୍କ ଜୀବନଶୈଳୀକୁ ପ୍ରଭାବିତ କରିବ ।
ଯାହ ଦ୍ୱାରା ମନ୍ଦିରର ନୀତିକାନ୍ତି ମଧ୍ୟ ପ୍ରଭାବିତ ହେବ । ଶ୍ରୀମନ୍ଦିର ଶ୍ରୀଜଗନ୍ନାଥଙ୍କ ମୂଳପୀଠ, ଜୀବନ୍ତ ମନ୍ଦିର । ଏହାକୁ ସ୍ମାରକୀ ପୀଠ ଭାବେ ବିବେଚନା କରିବା ଠିକ୍ ନୁହେଁ । ଏବେ ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରୀମନ୍ଦିର ଚାରିପାଖରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଚାଲିଛି । ତେବେ ଚିଠା ପ୍ରସ୍ତାବ ଉନ୍ନତିମୂଳକ କାର୍ଯ୍ୟକୁ ପ୍ରଭାବିତ କରିବ । ଚିଠା ପ୍ରସ୍ତାବ ଉପରେ ଆସନ୍ତା ୧୫ରେ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ବସିବ । ବୈଠକରେ ଚିଠା ପ୍ରସ୍ତାବକୁ ଗ୍ରହଣ କରାଯିବ କି ନାହିଁ ସେନେଇ ଆଲୋଚନା ହେବ ।
puri srimandir administration write to nma for-withdrawal of draft heritage bylaws