୩ ବର୍ଷ ପରେ ପୁଣି ମୁଣ୍ଡ ଟେକିଲା ବ୍ରହ୍ମବିଭ୍ରାଟ ଭୂତ

ପୁରୀ : ୩ ବର୍ଷ ପରେ ବ୍ରହ୍ମ ବିଭ୍ରାଟ ଘଟଣାରେ ଆରମ୍ଭ ହୋଇଛି ଆକ୍ସନଭକ୍ତଙ୍କ ଭାବାବେଗ ସହ ଖେଳି ବିଭ୍ରାଟ କରିଥିବା ଜଣେ ମହାରଣା ସେବକ ଏବଂ ୧୦ ଦଇତାପତି ସେବାୟତଙ୍କୁ ନୋଟିସ ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ। ୧୫ ଦିନ ମଧ୍ୟରେ ନୋଟିସ୍ ର ଉତ୍ତର ଦେବାକୁ କୁହାଯାଇଛି। ତେବେ ବିଶ୍ବକର୍ମ ମହାରଣା ବ୍ରହ୍ମ ବିଭ୍ରାଟର ସବୁ ଦୋଷ ଲଦିଛନ୍ତି ଦଇତାଙ୍କ ଉପରେ । ଏମିତିକି ଦାରୁ ଚୟନରେ ଫିକ୍ସି ହୋଇଥିବା ଖୁଲାସା କରିଛନ୍ତି । ଦଇତାପତି ନିଯୋଗ ସହ ସଂପାଦକ ବିନାୟକ ଦାସ ମହାପାତ୍ର କିନ୍ତୁ ଏହାକୁ ମାନିବାକୁ ନାରାଜ ।

ପୁଣି ମୁଣ୍ଡ ଟେକିଲା ବ୍ରହ୍ମବିଭ୍ରାଟ ଭୂତ । ୩ ବର୍ଷ ପରେ ଗୋଡ଼ାଇଛି ୧୧ ସେବାୟତଙ୍କୁ । ଜଣେ ମହାରଣା ସେବାୟତ ଏବଂ ୧୦ ଦଇତାପତିଙ୍କୁ  ନୋଟିସ୍ ପରେ ଏବେ ପୁଣି ଘନେଇଛି ଆରୋପ ପ୍ରତ୍ୟାରୋପ । ଦାରୁ ଫିକ୍ସିଂଠାରୁ ଆରମ୍ଭ କରି ମହାପ୍ରଭୁଙ୍କ ବିଗ୍ରହ ନିର୍ମାଣ, ଦିନରେ ପାତାଳି ପରମ୍ପରା ପାଳନ ଆଦି ପ୍ରସଙ୍ଗ ସବୁ ଏବେ ପୁଣି ମୁଣ୍ଡ ଟେକିଛନ୍ତି।  ଏତିକି ବେଳେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ସୁଭଦ୍ରାଙ୍କ ମୁଖ୍ୟ ମହାରଣା ସେବକ କୃଷ୍ଣଚନ୍ଦ୍ର ମହାରଣା।  ଶ୍ରୀମନ୍ଦିର ପ୍ରଶାସନ ସହ ଦଇତାପତି ସେବାୟତଙ୍କ ମନମାନିକୁ ପଦାରେ ପକାଇ ଦେଇଛନ୍ତି ଦୋଷ ଲଦିଛନ୍ତି ଦଇତାପତିଙ୍କ ଉପରେ କହିଛନ୍ତି ଦାରୁ ଚିହ୍ନଟରେ ଫିକ୍ସି ହୋଇଥିଲା ନିର୍ଦ୍ଦିଷ୍ଟ ସ୍ଥାନରୁ ଦାରୁ ଆଣିବା ଲାଗି ହୋଇଥିଲା କାରବାର ଏପରିକି ଦାରୁରେ ଜାବତୀୟ ପୋଲା ଥିଲା ଏସବୁ ସତ୍ତ୍ବେ କେମିତି କଷ୍ଟରେ ଦାରୁ ନିର୍ମାଣ ଶେଷ କରିଥିଲେ ତାହା ବଖାଣିଛନ୍ତି  ଏନେଇ ସେ ତତ୍‌କାଳୀନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଜଣାଇଥିଲେ, କିନ୍ତୁ କିଛି ହେଲାନି ବୋଲି କହିଛନ୍ତି ଦେବଦଳନ ରଥର ମୁଖ୍ୟ ମହାରଣା ।

ବର୍ଷ ତଳେ ସେହି ପ୍ରସଙ୍ଗ କହିଥିଲା ନ୍ୟୁଜ ସେଭେନ। ସେତେବେଳେ ବି ନ୍ୟୁଜ ସେଭେନରେ ମୁହଁ ଖୋଲିଥିଲେ ମୁଖ୍ୟ ମହାରଣା ସେବକ। ଆଉ ସାରା ଓଡ଼ିଶାରେ ଏନେଇ ଉଦ୍‌ବେଗ ପ୍ରକାଶ ପାଇଥିଲା। ଶୁଣନ୍ତୁ ୩ ବର୍ଷ ତଳେ ନ୍ୟୁଜ ସେଭେନକୁ କଣ କହିଥିଲେ କୃଷ୍ଣ ମହାରଣା।

କୃଷ୍ଣଚନ୍ଦ୍ରଙ୍କ ପ୍ରତିକ୍ରିୟା ଉପରେ ଜବାବ ରଖିଛନ୍ତି ଦଇତାପତି ନିଯୋଗ ଯୁଗ୍ମ ସମ୍ପାଦକ ବିଶ୍ବାବସୁ ବିନାୟକ ଦାସମହାପାତ୍ର। କହିଛନ୍ତି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ବିଧି ବ୍ୟବସ୍ଥା ଅନୁଯାୟୀ ଦାରୁ ଚିହ୍ନଟ ହୋଇଛି। ଦଇତାପତିଙ୍କ ମଧ୍ୟରେ ବ୍ରହ୍ମରେ ଭେଟି ଦେବାକୁ ନେଇ ଅସନ୍ତୋଷ ସୃଷ୍ଟି ହେବାରୁ ବ୍ରହ୍ମ ସଂସ୍ଥାପନ ବିଳମ୍ବ ହୋଇଥିଲା ।   ଆଉ ସେ ମଧ୍ୟ ପାଲଟା ଅଭିଯୋଗ ମୂର୍ତ୍ତି ନିର୍ମାଣରେ ବିଳମ୍ବ ଆଡ଼କୁ ଆକ୍ଷେପ କରିଛନ୍ତି। ତେବେ ବିଭ୍ରାଟ ପାଇଁ ସେବାୟତଙ୍କ ପକ୍ଷରୁ ସେ ଜଗନ୍ନାଥପ୍ରେମୀ ଓ ରାଜ୍ୟବାସୀଙ୍କୁ କ୍ଷମାପ୍ରାର୍ଥନା କରିଛନ୍ତି ।

ଶ୍ରୀମନ୍ଦିର ଆଇନ-୧୯୫୫ର ଧାରା ୨୧ (ଖ) ଅନୁଯାୟୀ ନୋଟିସ ଜାରି କରାଯାଇଛି। ୧୫ ଦିନ ମଧ୍ୟରେ ନୋଟିସ୍ ର ଉତ୍ତର ଦେବାକୁ କୁହାଯାଇଛି ଦଇତାଙ୍କ ମଧ୍ୟରେ ଅଛନ୍ତି ନିଯୋଗର ସଭାପତି, ସଂପାଦକଙ୍କ ସହ ୨ ବାଡ଼ଗ୍ରାହୀ, ପତିମହାପାତ୍ର ଓ ଅନ୍ୟ କେତେଜଣ ଯୁବ ସେବାୟତ ।ତେବେ ନୋଟିସ ଜାରି ପରେ ବି ଶ୍ରୀମନ୍ଦିର ପ୍ରଶାସନ ମୁହଁ ଖୋଲୁନି ନୋଟିସ୍ ଜାରି କରାଯାଇଥିବା ସେବାୟତଙ୍କ ନାଁ ପ୍ରଘଟ କରୁନି।  ଫଳରେ ଯେଉଁ ଢଙ୍ଗରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହୋଇଛି ଓ ପ୍ରଶାସନ ଯେପରି ଲୁଚାଛପା ନୀତି ଅବଲମ୍ବନ କରୁଛି ସେଥିରେ ତଦନ୍ତର ସ୍ବଚ୍ଛତା ନେଇ ସନ୍ଦେହ ସୃ​ଷ୍ଟି ହେବା ସ୍ବାଭାବିକ ।