ଜୁଲାଇ ୨୫ ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ

ପୁରୀ :  ଜୁଲାଇ ୨୫ ର୍ପଯ୍ୟନ୍ତ ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର। ନୀଳାଦ୍ରି ବିଜେ ନୀତି ପରେ କୋଭିଡ ସ୍ଥିତି ଦଖେି ଶ୍ରୀମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ନିଆଯିବ। ଏନେଇ ବସିଥିବା ବୈଠକରେ ସବୋୟତଙ୍କ ସହ ବ୍ୟାପକ ଆଲୋଚନା ପରେ ଜୁଲାଇ ୨୫ ର୍ପଯ୍ୟନ୍ତ ଶ୍ରୀମନ୍ଦିରରେ ର୍ଦଶନ ବନ୍ଦ କରାଯାଇଛି। ଆଗରୁ ଲକଡାଉନ୍‌ ପାଇଁ ୧୭ ଜୁନ୍‌ ର୍ପଯ୍ୟନ୍ତ କଟକଣା ରହିଥିଲା।
ରାଜ୍ୟରେ କରୋନା ସଂକ୍ରମଣର ଗତି ଧିମା ପଡୁଥିବାରୁ ଏବଂ ସ୍ଥିତି ଧିରେ ଧିରେ ନିୟନ୍ତ୍ରଣକୁ ଆସୁଥିବାରୁ ରାଜ୍ୟ ସରକାର ଜୁଲାଇ ୧ ତାରିଖ ଯାଏଁ ଲକ୍‌ଡାଉନ୍‌ କଟକଣାରେ କୋହଳ କରିଛନ୍ତି। ହଲେେ ମନ୍ଦିର ପୂର୍ବବତ ବନ୍ଦ ରହିବ। ଚଳିତ ର୍ବଷ ବିନା ଭକ୍ତରେ ମଧ୍ୟ ରଥଯାତ୍ରା ଅନୁଷ୍ଠିତ ହବେ।   ରଥଯାତ୍ରା ଭଳି ଏଥର ବିନା ଭକ୍ତରେ ହବେ ଦବେସ୍ନାନ ପୂର୍ଣ୍ଣିମା। ଏଥିସହ ଜୁଲାଇ ୨୫ ର୍ପଯ୍ୟନ୍ତ ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ। ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ରଥଯାତ୍ରା ପରେ ର୍ଦଶନ ପ୍ରସଙ୍ଗରେ ହବେ ପରର୍ବତ୍ତୀ ନିଷ୍ପତ୍ତି। ଏହି ସଂର୍ପକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରୀଷନ କୁମାର ସୂଚନା ଦେଇଛନ୍ତି। ଗତ ର୍ବଷ ପରି ଚଳିତ ର୍ବଷ ବିନା ଭକ୍ତରେ ରଥଯାତ୍ରା ହବେ ବୋଲି ଘୋଷଣା ହୋଇ ସାରିଛି। ଫଳରେ ଗତ ର୍ବଷ ପରି ଏଥର ମଧ୍ୟ ବିନା ଭକ୍ତରେ ରଥ ଯାତ୍ରା ଏବଂ ଦବେସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହବେ।

puri sreemandir will be closed for devotees till 25th july