ଭକ୍ତଙ୍କ ଅପେକ୍ଷାର ହେବ ଅନ୍ତ : ନୂଆବର୍ଷରୁ  ଶ୍ରଦ୍ଧାଳୁଙ୍କ ଲାଗି ଖୋଲିବ ଶ୍ରୀମନ୍ଦିର

ପୁରୀ: ଖୋଲିବ ଶ୍ରୀମନ୍ଦିର । ଦୀର୍ଘ ୯ ମାସ ପରେ ମିଳିବ ଜଗା ଦର୍ଶନ । ଆଜି ବସିଥିବା ଛତିଶା ନିଯୋଗ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର କହିଛନ୍ତି ଯେ, ମନ୍ଦିର ଖୋଲିବା ନେଇ ସରକାରଙ୍କୁ ପ୍ରସ୍ତାବ ଦିଆଯିବ । ୨ ଦିନ ମଧ୍ୟରେ ସରକାରଙ୍କୁ ସୁପାରିସ କରାଯିବ । ୨୨ ରୁ ୨୪ ତାରିଖ ମଧ୍ୟରେ ଖୋଲିବା ପାଇଁ ସରକାରଙ୍କୁ କୁହାଯିବ । ସରକାର ଅନୁମତି ଦେଲେ ମନ୍ଦିର ଖୋଲିବ । ପ୍ରଥମେ ପୁରୀ ବାସିନ୍ଦାଙ୍କୁ ଦର୍ଶନ ପାଇଁ ଅଗ୍ରାଧିକାର ମିଳିବ । କରୋନା କଟକଣାରେ ଭକ୍ତମାନେ ଶ୍ରୀଜିଉଙ୍କୁ ଦର୍ଶନ କରିବେ । ଶ୍ରୀମନ୍ଦିରର ୪ ଦ୍ୱାରରେ ସାନିଟାଇଜେସନ୍ ବ୍ୟବସ୍ଥା କରାଯିବ । ଶ୍ରଦ୍ଧାଳୁଙ୍କ ଲାଗି ମାସ୍କ ବାଧ୍ୟତାମୂଳକ କରାଯିବ। ଜାନୁଆରୀ ୧ ଓ ୨ ତାରିଖରେ ଦର୍ଶନ ବନ୍ଦ ରହିବ । ଜାନୁଆରୀ ୩ରୁ ୧୦ ତାରିଖ ଯାଏ ପୁରୀ ବାହାର ଜିଲ୍ଲାର ଲୋକ ଦର୍ଶନ କରିପାରିବେ । ଦୈନିକ ୫ ହଜାର ଲୋକଙ୍କ ଦର୍ଶନ ଲାଗି ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

puri-sreemandir to be reopen for devotee from j new year with covid guidelines

ଛତିଶା ନିଯୋଗ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଖୋଲିବା ନେଇ ସୂଚନା ଦେଇଛନ୍ତି । ଦୁଇ ଦିନ ଭିତରେ ଏନେଇ ସରକାରଙ୍କୁ ସୁପାରିସ୍ କରାଯିବ । ସରକାରଙ୍କ ଅନୁମତି ମିଳିଲେ ଶ୍ରୀମନ୍ଦିର ଖୋଲିବ । ପ୍ରଥମ ସପ୍ତାହରେ ଦୈନିକ ୫ ହଜାର ଲୋକଙ୍କ ଲାଗି ଦର୍ଶନ ବ୍ୟବସ୍ଥା କରାଯିବ । ପରେ ସ୍ଥିତିକୁ ଦେଖି ଶ୍ରଦ୍ଧାଳୁଙ୍କ ସଂଖ୍ୟା ବୃଦ୍ଧି କରାଯିବ । ତେବେ, ପୁରୀ ଜିଲ୍ଲା ବାହାରୁ ଆସୁଥିବା ଶ୍ରଦ୍ଧାଳୁ କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଲେ ହିଁ ଶ୍ରୀମନ୍ଦିର ଭିତରକୁ ଯାଇପାରିବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ୬୫ ବର୍ଷରୁ ଅଧିକ ବୟସ୍କ ଓ ଛୋଟ ଛୁଆଙ୍କୁ ମନ୍ଦିର ନଆସିବା ଲାଗି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅନୁରୋଧ କରିଛନ୍ତି ।

କରୋନା ମହାମାରୀ ପାଇଁ ଗତ ୮ ମାସ ହେବ ପୁରୀ ଶ୍ରୀମନ୍ଦର ବନ୍ଦ ରହିଛି । ଭକ୍ତଙ୍କୁ ଦର୍ଶନ ପାଇଁ ଛଡାଯାଉ ନାହିଁ । କେବଳ ନୀତିକାନ୍ତି ହିଁ ସମ୍ପାଦନ ହେଉଛି । ତେବେ କେବେ ଖୋଲିବ ଶ୍ରୀମନ୍ଦିର ତାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା । ଭକ୍ତମାନେ ମଧ୍ୟ ମନ୍ଦିର ଖୋଲିବା ବାଟକୁ ଚାହିଁ ବସିଥିଲେ । ତେବେ ଅତିଶୀଘ୍ର ମନ୍ଦିର ଖୋଲିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

puri-sreemandir to be reopen for devotee from j new year with covid guidelines