ଶ୍ରୀ ମନ୍ଦିରର ୪ ଦ୍ୱାର ଦେଇ ମନ୍ଦିର ଭିତରକୁ ଯିବେ ସେବାୟତ ଓ ତାଙ୍କ ପରିବାର ସଦସ୍ୟ

ପୁରୀ : ଶ୍ରୀ ମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥାକୁ ନେଇ ବନ୍ଧ ପାଳନ ଓ ହିସାଂ କାଣ୍ଡ ପରେ ଶାନ୍ତି କମିଠି ବୈଠକ ଫଳ ପ୍ରଦ ହୋଇଛି । ସ୍୍ରୀମନ୍ଦିର ଭିତରକୁ ଯିବାକୁ ୪ ଦ୍ୱାର ଦେଇ ସେବାୟତ ଓ ତାଙ୍କ ପରିବାର ସଦସ୍ୟ ଯାଇପାରିବେ । ଏହା ସହ ପୁରୀ ବାସିନ୍ଦାଙ୍କୁ ବିନା ଧାଡିରେ ମନ୍ଦିର ଭିତରକୁ ଯିବାକୁ ହେଲେ ୪ ଦ୍ୱାର ଦେଇ ଯାଇ ପାରିବେ । ହେଲେ ସେମାନଙ୍କୁ ଏଥିପାଇଁ ନିଜର ପରିଚୟ ପତ୍ର ଦେଖାଇବାକୁ ପଡିବ । ଭୋଟର କାର୍ଡ,ଆଧାର କାର୍ଡ ଦେଖାଇ ପୁରୀର ସ୍ଥାନୀୟ ବାସିନ୍ଦା ୪ ଦ୍ୱାର ଦେଇ ମନ୍ଦିର ଭିତରକୁ ଯାଇପାରିବେ । ଶାନ୍ତି କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ପୁରୀ ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାସ ଏହି ସୂଚନା ଦେଇଛନ୍ତି ।

ଶ୍ରୀ ମନ୍ଦିରରେ ଧାଡି ଦର୍ଶନକୁ ବିରୋଧ କରି ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ପୁରୀ ବନ୍ଦ ଡାକରା ଦିଆଯାଇଥିଲା । ବନ୍ଦ ସମୟରେ ପ୍ରବଳ ହିସାଂକାଣ୍ଡ ଓ ଭଙ୍ଗାରୁଜ୍ଜା କରିଥିଲେ ଆନ୍ଦୋଳନକାରୀ । ପରିସ୍ଥିତିକୁ ମୁକାବିଲା କରିବାଲାଗି ପୋଲିସକୁ ପ୍ରଥମେ ଲାଠି ଚାଳନା କରିବାକୁ ପଡିଥିଲା । ପରେ ଟିଅର ଗ୍ୟାସ ପ୍ରୟୋଗ କରିଥିଲା ପୋଲିସ । ୧୪୪ ଧାରା ବି ମନ୍ଦିର ଚାରିପଟେ ଲାଗୁ ହୋିଥିଲା । ଆଉ ପରିସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ଶାନ୍ତି କମିଟି ବୈଠକ ଡାକିଥିଲା ଜିଲ୍ଲା ପ୍ରଶାସନ ।

ଜିଲ୍ଲାପାଳ ଜ୍ୟୋତିପ୍ରକଶ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶାନ୍ତି କମିଟି ବୈଠକରେ ଏସ୍‌ପି ଆଶିଷ ସିଂହ, ବରିଷ୍ଠ ସେବାୟତ, କମିଟି ସଦସ୍ୟ ଆଦି ଉପସ୍ଥିତ ଥିଲେ।