ପୁରୀ ରତ୍ନଭଣ୍ଡାର ଚାବି ମିଳିଲା !

ଭୁବନେଶ୍ୱର : ତ୍ପୁରୀ ଶ୍ରୀମନ୍ଦିର ଭିତର ରତ୍ନ ଭଣ୍ଡାର ଚାବି ମିଳିଛି । ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ଏହି ସୂଚନା ଦେଇଛନ୍ତି । ପୁରୀ ଜିଲ୍ଲାପାଳ ରେକଡ ରୁମରୁ ଏହି ଚାବି ମିଳିଛି । ଜଉମୁଦ ଦିଆ ଏକ ମାଟିଆ ଲଫାପାରେ ଚାବି ରହିଥିଲା ବୋଲି ଜିଲ୍ଲାପାଳ କହୁଛନ୍ତି । ଏହା ଡ୍ୟୁପ୍ଲୁକେଟ କି ଅଫ ୍ରତ୍ନ ଭଣ୍ଡାର ବୋଲି ଏହି ଲଫାପାରେ ଲେଖ୍ୟାାଇଛି । ଚାବି ଖୋଜିବାକୁ ଜିଲ୍ଲାପାଳ ୨ଟି ଟିମ ଗଠନ କରିଥିଲେ । ନିଜେ ଜିଲ୍ଲାପାଳ ଏହାର ତଦାରଖ ଦାୟିତ୍ୱରେ ଥିଲେ । ସେପଟେ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । କଂଗ୍ରେସ ମୁଖପାତ୍ର ମନୋଜ ମହାପାତ୍ରଙ୍କ କହିବା କଥା ଚାବି ହଜିବା ବାବଦରେ ନି ପତିକ୍ରିୟାରେ କହିଛନ୍ତି ଏସବୁ ସରକାରଙ୍କ ନାଟକ ଥିଲା । ନିଜ ସ୍ୱାର୍ଥ ଲାଗି ସରକାର ଏପରି କରୁଥିଲେ । ତେବେ କମିଶନ ବସିବାଯାଏ କଥାଗଲା । ତେବେ ସରକାର ଏତଲା ଦେଇ ନାହାନ୍ତି କାହିଁକି । ଏବେ ରତ୍ନ ଉଣ୍ଡାରରେ ରତ୍ନ ଅଛି କି ନାହିଁ ତାହା ତଦାରଖ ହେବା ଦରକାର । ସେପଟେ ଚାବି ହଜିବାକୁ ନେଇ ପ୍ରଶାସନ,ସରକାର,ଗଜପତି ଓ ସଙ୍କରାଚାର୍ଯ୍ୟ ପ୍ରମ୍ମୁଖ ଦେଉଥିବା ମତା ମତ ମଧ୍ୟ କାହା ସହ କାହାର ମେଳ ଖାଉନି । ତେବେ ସରକାର ସାଢେ ଚାରୀ କୋଟି ଓଡିଆଙ୍କ ଭାବାବେଗକୁ ଦେଖି ରତ୍ନଭଣ୍ଡାର ରତ୍ନ ଅଲଙ୍କାର କଣ ଅଛି ଦେଖିବା ଦରକାର । ସେପଟେ ବିଜେପିର କହିବା କଥା ଏହା ସଂପୂଣ୍ଣ ରହସ୍ୟ ମୟ ଘଟଣା ଘଟୁଛି । ଅକ୍ଷର ଫୋରେସିକ ଲାବକୁ ପଠାଯାଉ ଅକ୍ଷର କାହାର । ଦୁଇ ମାସ ହେଲା ଚାବି ମିଳୁ ନଥିଲା । ଦୁଇ ମାସ ପରେ ମିଳିଲା କେମିତି । ରତ୍ନ ଭଣ୍ଡାର ଚାବି ହଜିବା ଘଟଣା ଏତଲା ଦିଆଗଲାନି କାହିଁକି । ଏବେ ପୁରା ଘଟଣା ଆହୁରି ସନ୍ଦେହ ବଢାଇଛି ବୋଲି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି ।