ବିଜେ ହେଲା ଆଜ୍ଞାମାଳ, ରଥର ଦକ୍ଷିଣ ମୋଡ଼ ଆରମ୍ଭ

ପୁରୀ: ୩ ରଥରେ ବିଧିପୂୂର୍ବକ ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ହୋଇଛି । ୩ ପୂଜା ପଣ୍ଡା ସାମନ୍ତ ୩ ବାଡ଼ରୁ ଆଜ୍ଞାମାଳ ଆଣିଥିଲେ । ପରେ ଆଜ୍ଞାମାଳ ପାଟ ପଟୁଆରରେ ଆସି ୩ରଥରେ ବିଜେ ହୋଇଛି । ଆଜ୍ଞାମାଳ ବିଜେ ହେବା ପରେ ୩ ରଥର ଦକ୍ଷିଣ ମୋଡ଼ ଆରମ୍ଭ ହୋଇଛି ।

ଶ୍ରୀଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ପାଖକୁ ଆସିବେ ତିିନ ରଥ । ତିନି ରଥ ଦକ୍ଷିଣ ମୋଡ଼ ହୋଇ ଶରଧବାଲିରେ ବାହୁଡ଼ାଯାତ୍ରା ପାଇଁ ପ୍ରସ୍ତୁତି ହୋଇ ରହିବେ । ପରମ୍ପରା ଅନୁଯାୟୀ ପ୍ରଥମେ ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଦକ୍ଷିଣ ମୋଡ଼ ପାଇଁ ଶରଧାବାଲିକୁ ନିଆଯିବ । ଏହାପରେ ବଡ଼ ଠାକୁରଙ୍କ ତାଳଧ୍ୱଜ ରଥ ଓ ଶେଷରେ କାଳିଆ ଠାକୁରଙ୍କ ନନ୍ଦିଘୋଷ ରଥକୁ ଟାଣି ଦକ୍ଷିଣ ମୋଡ଼ କରାଯିବ ।

ସେପଟେ ପୁରୀରେ ମହାପ୍ରଭୁଙ୍କ ବାହୁଡା ଯାତ୍ରା ପାଇଁ ଜାରି ହେଲା କର୍ଫ୍ୟୁ । ଜୁନ୍ ୩୦ ତାରିଖ ରାତି ୧୦ଟାରୁ ଜୁଲାଇ ୨ ତାରିଖ ରାତି ୧୦ ଟା ଯାଏ କର୍ଫ୍ୟୁ ବଳବତର ରହିବ । ସାରା ଜିଲ୍ଲାରେ କର୍ଫ୍ୟୁ ଜାରି କରିଛି ଜିଲ୍ଲା ପ୍ରଶାସନ । ବିଶେଷ କରି ପୁରୀରେ କଡା କଟକଣା ଲାଗୁ ହେବ । ପୁରୀକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ସିଲ୍ କରାଯିବ । ବଡଦାଣ୍ଡରେ ଥିବା ସବୁ ଘର ଓ ଧର୍ମସ୍ଥଳକୁ ପ୍ରଶାସନ ପକ୍ଷରୁ ଯାଂଚ କରାଯିବ । ପରିବାର ସଦସ୍ୟଙ୍କ ବ୍ୟତୀତ ଘରେ ଅନ୍ୟ କେହି ଥିଲେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଦୋକାନ ବଜାର ବନ୍ଦ ରହିବ । ବିନା ଜରୁରୀ କାମରେ ପୁରୀ ବାସିନ୍ଦାଙ୍କୁ ବଡଦାଣ୍ଡକୁ ବାହାରିବାକୁ ମନା କରାଯାଇଛି ।