୨ ଛଦ୍ମବେଶୀ ସେବାୟତ ଗିରଫ

ପୁରୀ: ୨ ଛଦ୍ମବେଶୀ ସେବାୟତ ଗିରଫ । ଆଜି ସକାଳେ ସେବାୟତଙ୍କ ପରି ବସ୍ତ୍ର ପିନ୍ଧି ୨ଜଣ ଶ୍ରୀଗୁଣ୍ଡିଚା ମନ୍ଦିର ଭିତରକୁ ପ୍ରବେଶ କରିଥିଲେ । ତେବେ ସେବାୟତମାନେ ସେମାନଙ୍କୁ ଚିହ୍ନି ପାରି ପୋଲିସ ଜିମା ଦେଇଥିଲେ । ଶ୍ରୀଜୀଉଙ୍କ ନବଦିନାତ୍ମକ ଯାତ୍ରା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଭିନ୍ନ ଅଞ୍ଚଳ ସିଲ ରହିଛି । ଏହାପରେ ବି ଉଭୟେ ସେବାୟତ ରୂପ ଧରି ଗୁଣ୍ଡିଚା ମନ୍ଦିର ଭିତରକୁ ପ୍ରବେଶ କରିଥିଲେ । ଯାହାକି ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।