ଉଡ଼ିଗଲା ପତିତପାବନ ବାନା

ପୁରୀ : ପବନରେ ଉଡ଼ିଗଲା ଶ୍ରୀମନ୍ଦିରର ପତିତପାବନ ବାନା । ପ୍ରବଳ ବର୍ଷା ଓ ପବନରେ ଉଡ଼ିଗଲା ପତିତପାବନ ବାନା । ବାଉଁସ ସହ ଉଡ଼ିଗଲା ଶ୍ରୀମନ୍ଦିରର ପତିତପାବନ ବାନା । ଓଡିଶାରେ ଲାଗିରହିଥିବା ମୌସୁମୀ ବର୍ଷା ଯୋଗୁଁ ଜଳମଗ୍ନ ହୋଇପଡିଛି ପୁରୀର ବଡଦାଣ୍ଡ । ପ୍ରବଳ ବର୍ଷା କାରଣରୁ ପୁରୀରେ ଆଣ୍ଠୁଏ ଉଚ୍ଚର ପାଣି ଲହରୀ ମାରୁଛି । ପାଣି ନିଷ୍କାସନ ବାଧାପ୍ରାପ୍ତ ହେବାରୁ ପାଣି ଜମି ରହିଛି । ଅନ୍ୟପଟେ ରଥଖଳା ଜଳାର୍ଣ୍ଣବ ଥିବାରୁ ରଥ ନିର୍ମାଣ କାର‌୍ୟ୍ୟ ମଧ୍ୟ ବାଧାପ୍ରାପ୍ତ ହୋଇଛି । ମେଡିକାଲ ଛକ, ଗୁଣ୍ଡିଚା ମନ୍ଦିର ଓ ବଳଗଣ୍ଡି ଅଞ୍ଚଳ ଜଳାର୍ଣ୍ଣବ ହୋଇ ପଡିଛି ।