ଅଯୋଧ୍ୟାରେ ରାମ ମନ୍ଦିର ଭୂମିପୂଜା ନେଇ ପୁରୀ ଜଗନ୍ନାଥ ମନ୍ଦିରରେ ସ୍ଵତନ୍ତ୍ର ପୂଜାର୍ଚ୍ଚନା

ପୁରୀ: ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ଘଟିିଛି। କାହିଁ କେତେ ବର୍ଷରୁ ଅପେକ୍ଷା ରହିଥିବା ଅଯୋଧ୍ୟା  ରାମ ମନ୍ଦିର ନିର୍ମାଣ ଲାଗି ଆଜି ହେଉଛି ଭୂମିପୂଜା। ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ କାମ ଶୃଙ୍ଖଳତାର ସହ ସଂପନ୍ନ ହେବା ପାଇଁ  ପୁରୀ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଛି। ଶ୍ରୀମନ୍ଦିର ଛତିଶା ନିଯୋଗ ନାୟକ ପଟ୍ଟଯୋଶୀ ଜନାର୍ଦ୍ଦନ ମହାପାତ୍ର ଏକ ପ୍ରେସ୍‌ ବିଜ୍ଞପ୍ତି ଜାରି କରି ସେ ଶ୍ରୀଜଗନ୍ନାଥଙ୍କ ନିକଟରେ ରାମ ମନ୍ଦିର ଲାଗି ପ୍ରାର୍ଥନା କରିଥିବା ନେଇ ସୂଚନା ଦେଇଛନ୍ତି।

ଐତିହାସିକ ରାମ ମନ୍ଦିରର ଭୂମିପୂଜା ଉପଲକ୍ଷେ ଆଜି ଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ ସ୍ଵତନ୍ତ୍ର ପୂଜାର୍ଚ୍ଚନା ହୋଇଯାଇଛି। ଯେଉଁ କୋଟି କୋଟି ଭକ୍ତଙ୍କ ଭକ୍ତିଭାବ ଯୋଗୁ ଆଜି ରାମ ମନ୍ଦିର ନିର୍ମାଣ ହେବକୁ ଯାଉଛି ସେମାନଙ୍କ କଲ୍ୟାଣ କାମନା କରି ମହାପ୍ରଭୁଙ୍କୁ ପ୍ରାର୍ଥନା କରିଛନ୍ତି ଜଗନ୍ନାଥ ମନ୍ଦିରର ମୁଖ୍ୟ ପୂଜକ।

ରାମ ମନ୍ଦିର ପାଇଁ ଆଜ୍ଞାମାଳ ପ୍ରଦାନ କରି ଜଗନ୍ନାଥ ମହାପ୍ରଭୁ ତାଙ୍କର ଆଶୀର୍ବାଦ କରିସାରିଛନ୍ତି। ପ୍ରଭୁଙ୍କ ନିକଟରେ କରାଯାଇଥିବା ଏହି ସ୍ଵତନ୍ତ୍ର ପୂଜା କରୋନା ଭାଇରସ୍‌ ପରି ଏକ ବିପଦପୂର୍ଣ୍ଣ ଭାଇରସ୍‌ରୁ ସମସ୍ତଙ୍କୁ ରକ୍ଷା କରିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି।