ବଦଳିବ ସ୍ୱର୍ଗଦ୍ୱାର ଚିତ୍ର

ପୁରୀ : ନୂଆ ରୂପରେ ନଜର ଆସିବ ପୁରୀ ସ୍ୱର୍ଗଦ୍ୱାର । ମୃତଦେହ ପୋଡ଼ିବାକୁ ନେଉଥିବା ପରିବାର ଓ ବନ୍ଧୁ ପରିଜନ ଓ ଲୋକଙ୍କୁ ମିଳିବ ଆତିଥ୍ୟ । ଏଭଳି ନିଷ୍ପତ୍ତି ନେଇଛନ୍ତି ସ୍ଥାନୀୟ ପ୍ରଶାସନ । ଶବ ଦାହ ପାଇଁ ଆସୁଥିବା  ପରିଜନଙ୍କ ନିମନ୍ତେ ମିଳିବ ବିଶେଷ ସୁବିଧା ଓ ସେବା। ସ୍ୱର୍ଗଦ୍ୱାର ପୁନଃ ଉଦ୍ଧାର ସହ ଚତୁଃପାର୍ଶ୍ୱରେ ହେବ ସୌନ୍ଦର୍ଯ୍ୟକରଣ। ଦେଖଣାହାରୀଙ୍କ ପାଇଁହେବ ଏକ ସୁନ୍ଦର ସ୍ଥାନ। ଜିଲ୍ଲପାଳ ବଲଓ୍ୱନ୍ତ ସିଂ ବୁଧବାର ସ୍ୱର୍ଗଦ୍ୱାର ବୁଲି ଦେଖିବା ସହ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ।ସିଙ୍ଗଲ ଓ୍ୱିଣ୍ଡୋ ବ୍ୟବସ୍ଥା ମାଧ୍ୟମରେ ଗୋଟିଏ ସ୍ଥାନରେ ସମସ୍ତ ସୁବିଧା ଉପଲବ୍ଧ ହେବ । ଏଥିପାଇଁ ସ୍ୱତନ୍ତ୍ର ଅଫିସ୍‌ ଖୋଲାଯାଇ ପେଶାଦାର ମାନଙ୍କୁ ନିଯୁକ୍ତ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।  ଅପରାହ୍ନରେ ଗାନ୍ଧୀଘାଟରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶବଦାହକ ମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ସେମାନଙ୍କ ଜୀବିକା ଉପାର୍ଜନ ମାନରେ ଉନ୍ନତି ସହ ପରିବାର ସଦସ୍ୟଙ୍କୁ ବୀମାଭୁକ୍ତ କରାଯିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରାଯାଇଛି ।