ପୁରୀରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

ପୁରୀ:କିଛିଦିନର ନିରବତା ପରେ ପୁଣି ପୁରୀରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜି ଅସୁରକ୍ଷିତ ଭାବେ ଥିବା ମାର୍କେଟ୍ ଉଚ୍ଛେଦ କରାଯାଉଛି ।

ରାଜ୍ୟ ସରକାର ପୁରୀକୁ ବିଶ୍ୱ ପର୍ଯ୍ୟଟନସ୍ଥଳୀ ଭାବେ ଗଢି ତୋଳିବା ପାଇଁ ନକ୍ସା ପ୍ରସ୍ତୁତ କରିଥିଲେ । ଏହାପରେ ଶ୍ରୀଜଗନ୍ନାଥ ମନ୍ଦିରର ୭୫ ମିଟର ପରିଧି ମଧ୍ୟରେ ଉଚ୍ଛେଦ ହେବ ବୋଲି ନିଷ୍ପତି ନିଆଯାଇଥିଲା । ପ୍ରଥମ ପର୍ଯ୍ୟାୟରେ କେତେକ ମଠ ଓ ଉଠାଦୋକାନ ସବୁକୁ ଉଚ୍ଛେଦ କରାଯାଇଥିଲା । ଏପରିକି ଏମାର ମଠ ମଧ୍ୟ ଏହି ଉଚ୍ଛେଦ ପ୍ରକ୍ରିୟାରୁ ବାଦ ପଡି ନଥିଲା । ତେବେ କିଛିଦିନ ଯାଏଁ ଏହାକୁ ସ୍ଥଗିତ ରଖାଯାଇଥିଲା  ।

ଆଜି ପୁଣି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ପୁରୀରେ ଥିବା ଅସୁରକ୍ଷିତ ମାର୍କେଟ୍ ଗୁଡିକୁ ଉଚ୍ଛେଦ କରାଯାଉଛି । ୧୦୦ରୁ ଅଧିକ ଦୋକାନ ଘର ଥିବା ପୌରସଂସ୍ଥାର ଦୋକାନ ଘରକୁ ଭଙ୍ଗାଯାଉଛି ।