ଓଡିଶାର ପର୍ଯ୍ୟଟନ କ୍ଷେତ୍ର ବିକାଶ ହିଁ ଦ୍ରୁତ ପ୍ରଗତି ଆଣିବ -ଧର୍ମେନ୍ଦ୍ର ପ୍ରଧାନ

କୋଣାର୍କ : ଓଡିଶାରେ ପର୍ଯ୍ୟଟନ ବଢାଇବା ସମସ୍ତଙ୍କ ଦାୟିତ୍ୱ । ପୁରୀ, କୋଣାର୍କ, ଚିଲିକା ସବୁ ଅଂଚଳକୁ ମିଶାଇ ପର୍ଯ୍ୟଟକମାନଙ୍କ ପାଇଁ ଏକ ଉଚ୍ଚସ୍ତରର ପର୍ଯ୍ୟଟନ ସ୍ଥଳ ବନାଇବା ପାଇଁ ସମସ୍ତଙ୍କର ଦାୟିତ୍ୱ ରହିଛି । ଏହି କ୍ଷେତ୍ରର ବିକାଶ ହିଁ ରାଜ୍ୟର ଦ୍ରୁତ ପ୍ରଗତି ଆଣିବ ବୋଲି ସୋମବାର କୋଣାର୍କ ସ୍ଥିତ ବାଖ୍ୟାନ କେନ୍ଦ୍ର (ଇଂଟରପ୍ରିଟେସନ ସେଂଟର) ବୁଲିଦେଖିବା ପରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

 ରାଜ୍ୟରେ ଉଚ୍ଚସ୍ତରର ପର୍ଯ୍ୟଟନ ସ୍ଥଳ ବନାଇବା ସମସ୍ତଙ୍କ ଦାୟିତ୍ୱ

ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜ୍ୟରେ ଉଚ୍ଚମାନର ପର୍ଯ୍ୟଟନ ସ୍ଥଳ ହେଲେ ବିଶ୍ୱରେ ଓଡିଶାର ଭଷା, ସଂସ୍କୃତି ଓ କଳାର ପ୍ରଚାରପ୍ରସାର ହେବ । ସବୁଠୁ ଅଧିକ ରୋଜଗାର ଉପଲବ୍ଧ କରିବାରେ ପର୍ଯ୍ୟଟନ ବିଭାଗର କ୍ଷମତା ରହିଛି । ଓଡିଶାରେ ପର୍ଯ୍ୟଟନ କ୍ଷେତ୍ର ଭଲ ଭୂମିକା କାମ
କରିପାରିବ ।