ପୁରୀ ଐତିହ୍ୟ କରିଡର ପ୍ଳ।ନ ଆଲୋଚନ। : କରିଡର ପ।ଇଁ ବଦଳିବ ନ।ହିଁ ଶ୍ରୀମନ୍ଦିର ନୀତି, ପରମ୍ପର। : ଶ୍ରୀମନ୍ଦିର ପ୍ରଶ।ସକ

ଶ୍ରୀକ୍ଷେତ୍ରରେ ଆଗାମୀ ଦିନରେ ହେବାକୁ ଥିବା ଐତିହ୍ୟ କରିଡର ନିର୍ମାଣ ଲାଗି କୈଣସି ନୀତିକାନ୍ତି ପ୍ରଭାବିତ ହେବ ନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ତଥା ପୂର୍ତ୍ତ ସଚିବ କିଶନ କୁମାର ଏକଥା ସ୍ପଷ୍ଟ କରିଛନ୍ତି ।
ମଙ୍ଗଳବାର ଓଡିଶା ସେତୁ ସଦନ କନଫରେନ୍ସ ହଲରେ ଆୟୋଜିତ ଏକ ଆଲୋଚନା ବୈଠକରେ ଐତିହ୍ୟ କରିଡର ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ଭୂମିପୁତ୍ର କମ୍ପାନୀ ଉପସ୍ଥିତ ସରକାରୀ ଅଧିକାରୀ ଏବଂ ଅଶୀଦାର ମାନଙ୍କୁ ଏହାର ଯୋଜନା ବିଷୟରେ ବୁଝାଇଥିଲେ ।
ଏହି ଆଲୋଚନାରେ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ସହ, ଶ୍ରୀମନ୍ଦିରର ବିଭିନ୍ନ ନିଯୋଗ ସମିତିର ସଦସ୍ୟ, ବିସ୍ତାପିତ ହେଉଥିବା ସାହି ପରିବାର ସଦସ୍ୟ ତଥା ସେବାୟତ ପ୍ରତିନିଧି ମାନେ ଯୋଗ ଦେଇଥିଲେ ।

-ସବ।ୟତଙ୍କ ଅନ୍ତିମ ସତ୍କ।ର ପରମ୍ପର। ପ।ଳନ ଲହ୍ବ।ଲର ନ।ହିଁ କୌଣସି ଅସୁବଧି।
-ଦ।ରୁ ପହଣ୍ଡି ଓ ଚଳନ୍ତି ପ୍ରତିମ। ପହଣ୍ଡି ପୂବପରି ବଳବତ୍ତର ରହିବ

-କରିଡରରେ ସ୍ଥ।ନ ପ।ଇବ ଲଦୈନିକ ୫,୦୦୦ ଭକ୍ତଙ୍କ ଲାଗି ମହାପ୍ରସାଦ ସେବାର ବ୍ୟବସ୍ଥା

ଐତିହ୍ୟ କରିଡର ନିର୍ମାଣହେଲେ ଶ୍ରୀମନ୍ଦିରରେ ଚାଲୁଥିବା ବହୁ ଦିନର ପରମ୍ପରା ଭଙ୍ଗ ହୋଇପାରେ ବୋଲି ଆଲୋଚନାରେ ଭାଗନେଇଥିବା ସଦସ୍ୟମାନେ ଆଶଙ୍କା ପ୍ରକାଶ କରିଥିଲେ । ତେବେ କରିଡର ପାଇଁ କୈଣସି ପମ୍ପରା ଓ ନିତୀ ଭଙ୍ଗ ହେବ ନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କିଶନ କୁମାର କହିଥିଲେ ।

ମନ୍ଦିର ନୀତିକାନ୍ତି
ପ୍ରସ୍ତାବିତ ଐତିହ୍ୟ କରିଡର ନିର୍ମାଣ ହେଲେ ଅନେକ କଳାକୃତି ଓ ବୃକ୍ଷଲତା ଶୋଭା ପାଇବ ଏପରି ହେଲେ ସାହି ପରମ୍ପରା ଅନୁସାରେ ମୃତ୍ୟୁ ପରେ ଅରୁଣ ସ୍ତମ୍ବ ଆଗରେ ଶେଷ ଦର୍ଶନ କରିବା ତଥା ଦେବତା ଓ ପ୍ରତିମାଙ୍କ ପହଣ୍ଡିରେ ବ୍ୟାଘାତ ହେବା ଅନେକ ସଦସ୍ୟ ଆଶଙ୍କା ପ୍ରକାଶ କରିଥିଲେ । ଏହି ଆଲୋଚନାରେ ପୂର୍ତ୍ତ ସଚିବ କହିଥିଲେ ଐତିହ୍ୟ କରିଡରର କେବଳ ଚିଠା ପ୍ରସ୍ତାବ ପ୍ରକାଶ କରାଯାିଛି ଏହା ଚୁଡାନ୍ତ ନୁହେଁ । ତେଣୁ ଅଂଶୀଦାର ମାନେ ଯେୁଁ ସବୁ ପ୍ରସଙ୍ଗ ଉଠାଇଛନ୍ତି ସେସବୁ ପ୍ରସଙ୍ଗକୁ ଆଖିରେ ରଖି ଯୋଜନାକୁ ସଂଶୋଧିତ କିମ୍ବା ପରିବର୍ଧିତ କରାଯିବାକୁ ଏକ କ୍ଷୁଦ୍ର କମିଟି ନିଷ୍ପତ୍ତି ନେବ ।
ଯଂଗ୍ୟ, ମହାପ୍ରସାଦ ଓ ଉତ୍କଳୀୟ ପରମ୍ପରା
ଏହି ଆଲୋଚନାରେ ଗଜପତି ମହାରାଜ ବଡଦାଣ୍ଡରେ ଶ୍ରୀମନ୍ଦିର କରିଡର ଅଞ୍ଛଳରେ ଏକ ଯଂଗ୍ୟଶାଳା ନିର୍ମାଣ କରିବାକୁ ପ୍ରସ୍ତାବ ରଖିଥିଲେ । ସେହିପରି କରିଡରରେ ସ୍ଥାନୀତ ହେଉଥିବା ସମସ୍ତ କଳାକୃତିରେ ଉତ୍କଳୀୟ ସ୍ଥାପତ୍ୟ ପରମ୍ପରା ଝଲକ ରହିବା ଆବଶ୍ୟକ ବୋଲି ପଦ୍‌ଣ ବିଭୂଷଣ ସ୍ଥପତି ରଘୁନାଥ ମହାପାତ୍ର ମତ ରଖିଥିଲେ ।
ପୁରୀ କରିଡର ଭିତରେ ଦୈନିକ ପ୍ରାୟ ୫ ହଜାର ଭକ୍ତ ଏକାଠି ବସି ମହାପ୍ରସାଦ ଭୋଜନ କରିବା ଭଳି ଏକ ବ୍ୟବସ୍ଥା କରିବାକୁ ରାଜ୍ୟ ସରକାରଆଗ୍ରହ ପ୍ରକାଶ କରିଛନ୍ତି ଓ ଏହା ଚୁଡାନ୍ତ ଯୋଜନାରେ ସାମିଲ କରିବାକୁ ଯୋଜନା କରୁଥିବା କମ୍ପାନୀକୁ ନିଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟପ୍ରଶାସକ କିଶନ କୁମାର ସୂଚନା ଦେଇଛନ୍ତି ।