ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗ : ମୁହଁ ଖୋଲିଲେ ଜଗନ୍ନାଥଙ୍କ ପ୍ରଥମ ସେବକ କହିଲେ ଭିତର ରତ୍ନ ଭଣ୍ଡାର ଚାବି ଗଜପତିଙ୍କ ପାଖରେ ରହେନି

ଭୁବନେଶ୍ବର : ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗ ଧିରେ ଧିରେ ଜଟିଳ ହେବାରେ ଲାଗିଛି । ଘଟଣାରେ ଆଜି ପ୍ରଥମ ଥର ଲାଗି ପତିକ୍ରିୟା ରଖିଛନ୍ତି ଜଗନ୍ନାଥଙ୍କ ପ୍ରଥମ ସେବକ ଗଜପତି ମହରାଜ । ବିଦେଶରେ ଥିବା ଗଜପତି ତାଙ୍କୁ ଏହି ପ୍ରଙ୍ଗରେ ଯୋଡାାଯିବାକୁନ ନେଇ ଆଶ୍ଚଯ୍ୟ ପ୍ରକଟ କର୍ବା ସହ ଏଥିରେ ତାଙ୍କ ଭୂମିକା ନଥିବା ଓ ୧୯୬୦ରୁ ସରକାର ଶ୍ରୀମନ୍ଦିର ବୁଝୁଥିବା କହି ସରକାରଙ୍କ କୋର୍ଟକୁ ବଲ ଭିଙ୍ଗିଛନ୍ତି

ଜଟିଳ ହେବାରେ ଲାଗିଛି ରତ୍ନ ଭଣ୍ଡାର ଚାବି ରହସ୍ୟ । ଚାବି ମନିଳିବା ନେଇ ପ୍ରଥମ ଥର ଲାଗି ମୁହଁ ଖୋଲିଛନ୍ତି ଗଜପତି ମହାରାଜ । ବିଦେଶରେ ଥିବା ଗଜପତି ମହାରାଜ ଚାବି ହଜିବା ପ୍ରସଙ୍ଗରେ ତାଙ୍କୁ ଯୋଡାଯିବା ନେଇ ଆଶ୍ଚଯ୍ୟ ପ୍ରକଟ କରିଛନ୍ତି । ଏଥିସହ ଚାବି ପ୍ରସଙ୍ଗରେ ଅନେକ ଗୁରୁତ୍ବପୂଣ୍ଣ କଥା ରଖିଛନ୍ତି ଗଜପତି । ପ୍ରଗଜ ପତି କହିଛନ୍ତି ୧୯୬୦ ମସିହା ଠାରୁ ଶ୍ରୀମନ୍ଦିର ପରିଚାଳନା ରାଜ୍ୟ ସରକାରଙ୍କ ହାତରେ ରହିଛି । ଗଜପତି ମହାରାଜଙ୍କ ଭୂମିକା ଜଣେ ସାଧାରଣ ସଦସ୍ୟଙ୍କ ଭଳି । ସେ କେବଳ ମିଟିଂରେ ବସନ୍ତି ଓ ପ୍ରୋସିଡିଙ୍ଗରେ ଦସ୍ତଖତ କରନ୍ତି । ୧୯୬୦ ପୂର୍ବରୁ ରତ୍ନଭଣ୍ଡାର ଚାବି କେବଳ ଗଜପତିଙ୍କ ପାଖରେ ରହୁଥିଲା । ଏବେ କେବଳ ବାହାର ତତ୍ନଭଣ୍ଡାର ୩ଟି ଚାବିରୁ ଟୋଟିଏ ଚାବି ଗଜପତିଙ୍କ ପାଖରେ ରହେ । ଚାବି ଖୋଲିବା ବେଳେ ଗଜପତିଙ୍କ ପ୍ରତିନିଧି ଉପସ୍ଥିତ ରହୁନ୍ତି ।ଏପ୍ରିଲ ୪ରେ ଚାବି ହଜିବା ଘଟଣା ସାମ୍ନାକୁ ଆସିଥିଲା । ସେତେବେଳେ ଆଉ ଥରେ ଚାବି ଖୋଜିବାକୁ କୁହାଯାଇଥିଲା । ଭିତର ରତ୍ନ ଭଣ୍ଡାର ଚାବି ଗଜପତିଙ୍କ ପାଖରେ ରହେନି ବୋଲି କହିଛନ୍ତି ଜଗନ୍ନାଥଙ୍କ ପ୍ରଥମ ସେବକ ଗଜପତି ମହାରାଜ ।