ଦେଖନ୍ତୁ ଭିଡିଓ ସୌନ୍ଦର୍ଯ୍ୟ କରଣ ପରେ କିପରି ହେବ ପୁରୀ ଓ ଶ୍ରୀମନ୍ଦିର ବିକାଶର ଚିତ୍ର

ଭୁବନେଶ୍ୱର : ଶ୍ରୀମନ୍ଦିରର ସ୍ଥାପତ୍ୟ ଯୋଜନା କିପରି ହେବ, ସେନେଇ ଲୋକଙ୍କ ମତ ଲୋଡ଼ିଛନ୍ତି ରାଜ୍ୟ ସରକାର । ଜନସାଧାରଣ ସେମାନଙ୍କ ମତାମତ ୨୦୨୦ ଜାନୁୟାରୀ ୧୫ ସୁଦ୍ଧା ଶ୍ରୀମନ୍ଦିର ପ୍ରଶାସନକୁ ପଠାଇପାରିବେ । ଜନସାଧାରଣଙ୍କ ମତାମତ ଆଧାରରେ ପୁରୀର ଚୂଡ଼ାନ୍ତ ସ୍ଥାପତ୍ୟ ଯୋଜନା ପ୍ରସ୍ତୁତ ହୋଇ ଫେବ୍ରୁଆରିରେ ପ୍ରକାଶିତ ହେବ ।

ପୁରୀର ଐତିହ୍ୟ କରିଡ଼ର ବିକାଶ ପାଇଁ ସୋମବାର ସନ୍ଧ୍ୟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ଓଡ଼ିଶା ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଜଗନ୍ନାଥ ହେରିଟେଜ୍ ଚିଠା ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ପୁରୀର କଳେବର କିପରି ହେବ ? ପୁରୀର ସ୍ଥାପତ୍ୟ ଯୋଜନା ପାଇଁ ଜନସାଧାରଣଙ୍କ ମତାମତକୁ ପ୍ରାଧାନ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଏହା ସହ ପୁରୀ ବିକାଶର ପରିକଳ୍ପନାର ଏକ ଭିଡିଓ ମଧ୍ୟ ଜାରି କରାଯାଇଛି । ଏହି ଭିଡିଓରେ ପୁରି ବିକାଶର ଚିତ୍ର କିପରି ହେବ ତା ଦର୍ଶାଯାଇଛି ।