ପୁରୀ: କରୋନା ପାଇଁ ମହାପ୍ରଭୁଙ୍କ ଦର୍ଶନ । ତେବେ ଆଜି ପୁରୀରେ ବିଶୋଧନ ପ୍ରକ୍ରିୟାକୁ ଜୋରଦାର କଲା ପ୍ରଶାସନ । ବଡଦାଣ୍ଡ ସମେତ ଶ୍ରୀମନ୍ଦିର ଆଖପାଖ ଅଂଚଳ ହେଲା ସ୍ୱଚ୍ଛ ।
ପାଣିରେ ସୋଡିୟମ ହାଇପୋ କ୍ଲୋରାଇଚ୍ ରସାୟନ ମିଶ୍ରଣ କରି ପୁରୀ ବଡ଼ଦାଣ୍ଡରେ ଚାଲିଛି ସିଂଚନ । କରୋନା ପାଇଁ ଏବେ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଥିବା ବେଳେ ସହରକୁ ବିଶୋଧନ କରିବା ଆରମ୍ଭ ହୋଇଛି । ଅଗ୍ନିଶମ ବାହିନୀ ରସାୟନିକ ସାମଗ୍ରୀ ଜରିଆରେ ଏହି ବିଶୋଧନ କରୁଛି ।