ପୁରୀ:କାର୍ତ୍ତିକ ମାସ ସରିଯାଇଛି । ହବିଷ୍ୟାଳିମାନେ ମଧ୍ୟ ଘରକୁ ଫେରି ଯାଇଛନ୍ତି । ଏବେ ଶ୍ରୀମନ୍ଦିରର ୭୫ମିଟର ପରିଧରୁ ଉଚ୍ଛେଦ ତ୍ୱରାନ୍ୱିତ ହେବ । ପୁରୀ ଶ୍ରୀମନ୍ଦିର ପାଖ ୪୫ଟି ପ୍ଲଟର ସେଲଡଡ଼ ହୋଇଯାଇଛି, ମଠ, ଲଜ ଓ ଘର ମାଲିକଙ୍କ ସହ ଆଲୋଚନା ହୋଇଛି । ଏନେଇ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ସୂଚନା ଦେଇଛନ୍ତି ।
ପୁଣି ଉଚ୍ଛେଦ କାର୍ଯ୍ୟ ତ୍ୱରାନ୍ୱିତ କରାଯିବ । ପୁରୀ ଶ୍ରୀମନ୍ଦିର ପାଖ ୪୫ଟି ପ୍ଲଟର ସେଲଡଡ଼ ହୋଇଯାଇଛି, ମଠ, ଲଜ ଓ ଘର ମାଲିକଙ୍କ ସହ ଆଲୋଚନା ହୋଇସାରିଛିି । ଡିସେମ୍ବର ୪ତାରିଖ ପରେ ଆଉ ସ୍ୱତନ୍ତ୍ର ପ୍ୟାକେଜରେ ୧୦ ପ୍ରତିଶତ କ୍ଷତିପୂରଣ ମିଳିବ ନାହିଁ । ତେଣୁ ଏହି ସମୟ ଭିତରେ ଆବେଦନ କରିବାକୁ ହେବ । ପୂର୍ବରୁ ପ୍ରଶାସନ ପକ୍ଷରୁ ଥଇଥାନ ପାଇଁ ଏହି ୧୦ପ୍ରତିଷତ ସ୍ୱତନ୍ତ୍ର ପ୍ୟାକେଜ ପାଇଁ ଘୋଷଣା କରାଯାଇଥିଲା । ହାଉସିଂ ପ୍ରୋଜେକ୍ଟ ଓ ହାଉସିଂ ସିଷ୍ଟମ ମଧ୍ୟ ଆରମ୍ଭ ହେବ । ଏହା ମଧ୍ୟରେ ସ୍ଥାନୀୟ ଲୋକେ ନିଜ ଜମି ବା ଘର ଛାଡ଼ିବାକୁ ମଙ୍ଗୁ ନାହାଁନ୍ତି । ସେମାନେ ଉଚ୍ଛେଦକୁ ବିରୋଧ କରି ଘର, ଲଜ ନ ଛାଡ଼ିବାକୁ ଅଡି ବସିଛନ୍ତି । ତେବେ ପ୍ରଶାସନ ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବ ବୋଲି ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ କହିଛନ୍ତି ।