ବନ୍ଦକୁ ନେଇ ଅଶାନ୍ତ ପୁରୀ,ଶ୍ରୀ ମନ୍ଦିର ଅଞ୍ଚଳରେ ୧୪୪ ଧାରା ଜାରି

ପୁରୀ : ଶ୍ରୀମନ୍ଦିରେର ଧାଡି ଦର୍ଶନକୁ ବିରୋଧକରି ଜଗନ୍ନାଥ ସେନା ପକ୍ଷରୁ ଦିଆଯାିଥିବା ବନ୍ଦ ପାଳନକୁ ନେଇ ପୁରୀରେ ଉତେଜନା ଦେଖାଦେଇଛି । ଅଶାନ୍ତ ହୋଇ ପଡିଛି ପୁରୀ । ପୁରୀରେ ୧୪୪ ଧାରା ଲଗା ଯାଇଛି । ଶ୍ରୀମନ୍ଦିରରେ ଧାଡ଼ିଦର୍ଶନ ବ୍ୟବସ୍ଥାର ପ୍ରତିବାଦରେ ଆଜି ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପୁରୀ ବନ୍ଦ ଡାକରା ପରିପ୍ରେକ୍ଷୀରେ ଅଶାନ୍ତ ହୋଇ ଉଠିଛି ପୁରୀ ସହର। ଭକ୍ତ, ସେବାୟତ, ଶ୍ରୀଜଗନ୍ନାଥ ସେନା ପକ୍ଷରୁ ସିଂହଦ୍ୱାର ସମ୍ମୁଖରେ ପ୍ରଶାସନ ପକ୍ଷରୁ ଲଗାଯାଇଥିିବା ବ୍ୟାରିକେଡ୍‌କୁ ଭାଙ୍ଗି ମନ୍ଦିର ଭିତରକୁ ଧଶେଇ ପଶିବା ସହିତ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ପରିସ୍ଥିତି ଅଣାୟତ ହେବା ପରେ ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ଚର୍ତୁପାର୍ଶ୍ୱରେ ୧୪୪ ଧାରା ଜାରି କରାଯାଇ ହିଂସାକୁ ରୋକିବାକୁ ଉଦୟମ ଆରମ୍ଭ ହୋଇଛି। ସେହିପରି ଧୀରେ ଧୀରେ ପରିସ୍ଥିତି ଅଣାୟତ ହେଉଥିବାରୁ ଶ୍ରୀମନ୍ଦିର ନିକଟସ୍ଥ ବଡ଼ଦାଣ୍ଡରେ ପୁଲିସ ଲାଠି ଚାର୍ଜ କରିଥିବା ବେଳେ ଭକ୍ତ, ସାଧାରଣ ଜନତା, ସେବାୟତମାନଙ୍କ ଭୁଞ୍ଜିଭୂତ ଅସନ୍ତୋଷ ଶ୍ରୀମନ୍ଦିର କାର‌୍ୟ୍ୟାଳୟ ଉପରେ କେନ୍ଦ୍ରୀଭୂତ ହୋଇଛି। ଲୋକେ ପଶି ଶ୍ରୀମନ୍ଦିର କାର‌୍ୟ୍ୟାଳୟରେ ବ୍ୟାପକ ଭଙ୍ଗାରୁଜା କରିବା ସହିତ କାଗଜପତ୍ର ନଷ୍ଟ କରିଦେଇଛନ୍ତି। କେବଳସେତିକି ନୁହେଁ, ବଡ଼ଦାଣ୍ଡରେ ଥିବା ଟ୍ରାଫିକ ପୋଷ୍ଟ ଗୁଡ଼ିକରେ ନିଆଁ ଲଗାଇ ଦେଇଛନ୍ତି। ଶ୍ରୀ ମନ୍ଦିର ଅଞ୍ଚଳରେ ୧୪୪ ଧାରା ଜାରି,ପୋଲିସର ଲାଠି ଚାର୍ଯ୍ୟ,ଲୁହ ବୁହା ଗ୍ୟାସ ପ୍ରୟୋଗ ହୋଇଛି

ମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ବିରୋଧ କରି ଆଜି ପୁରୀ ବନ୍ଦ ପାଳନ କରାଯାଉଛି। ବନ୍ଦ ପ୍ରଭାବରେ ସହରରେ ଦୋକାନବଜାର ସହ ସମସ୍ତ ସ୍କୁଲ୍‌ ଓ କଲେଜ୍‌ ବନ୍ଦ ରହିଛି। ଆନ୍ଦୋଳନ ଯୋଗୁଁ ସାଧାରଣ ଦର୍ଶନ ପ୍ରଭାବିତ ହୋଇଛି।
ପୁରୀ ବନ୍ଦ ଡାକରା ଦେଇଥିବା ସାମାଜିକ ସଂଗଠନ ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କୁ ଘରୁ ଉଠାଇ ନେଇଛି ପୁଲିସ୍‌। ପ୍ରତିଷେଧମୂଳକ ବ୍ୟବସ୍ଥା ସ୍ୱରୂପ ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିଦଦର୍ଶନ ପଟ୍ଟନାୟକଙ୍କୁ ପୁଲିସ୍ ଅଟକ ରଖିଛି। ଏଥିଯୋଗୁଁ ସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଛି ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ପରୀକ୍ଷା ମୂଳକ ଭାବେ ଆରମ୍ଭ କରାଯାଇଥିବା ଧାଡ଼ି ଦର୍ଶନକୁ ଭକ୍ତ, ସବାୟତ ଓ ସ୍ଥାନୀୟ ଲୋକେ ବିରୋଧ କରୁଛନ୍ତି।

ଶ୍ରୀମନ୍ଦିର ସମ୍ମୁଖରେ ଲଗାଯାଇଥିବା ବ୍ୟାରିକେଡକୁ ଭାଙ୍ଗିଦେବା ସହିତ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଘରେ ଓ ଏସପିଙ୍କ କାର‌୍ୟ୍ୟାଳୟ ରେ ଭଙ୍ଗାରୁଜା କରିଛନ୍ତି। ତେବେ ଶହଶହ ଲୋେକେ ଶ୍ରୀମନ୍ଦିର ଆଡ଼କୁ ମାଡି ଯାଉଥିବା ଜାଣିବା ପରେ ପ୍ରଶାସନ ପକ୍ଷରୁ ଶ୍ରୀଜଗନ୍ନାଥ ମନ୍ଦିର ଚାରିପାଖ ସହିତ ଆଖପାଖ ଅଞ୍ଚଳରେ ୧୪୪ ଧାର ଜାରି କରାଯାଇ ସେଠାରେ ୨ ପ୍ଲାଟୁନ୍‌ ପୋର୍ସ ମୂତୟନ କରାଯାଇ ଭିଡ଼କୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ ହୋଇଛି। ତଥାପି ଲୋକେ ୧୪୪ ଧାରକୁ ମାନୁ ନ ଥିବାରୁ ପୁଲିସଲାଠି ଚାର୍ଜ କରିଛି।

ଜଗନ୍ନାଥ ସେନାର ଆବାହକ ପ୍ରିୟ ଦର୍ଶନ ପଟ୍ଟନାୟକଙ୍କୁ ପୋଲିସ ଅଟକ ରଖିବା ଯୋଗୁ ପରିସ୍ଥିତି ଉତେଜନାପୂଣ୍ଣ ହୋଇ ପଡିଛି । ଆନ୍ଦୋଳନକରାରୀ ମାନେ ପୁରୀ ଶ୍ରୀମନ୍ଦିର ପ୍ରଶାସନ ଅଫିସକୁ ଧସେଇ ପସିବା ସହ ଭଙ୍ଗାରୁଜ୍ଜା କରିଛନ୍ତି । ଏହା ସହ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ପୁରି ବାସଭବନରେ ପସି ଆସବାଭ ପତ୍ର ଭଙ୍ଗାରୁଜ୍ଜା କରିଛନ୍ତି ଜଗନ୍ନାଥ ସେନାର କର୍ମୀ ମାନେ । ଏହା ସହ ପୁରୀ ଏସପିଙ୍କ ଅଫିସକୁ ଢେଲାମାଡ କରିଛନ୍ତି । ଏହା ସହ ବଡଦାଣ୍ଡରେ ଟାୟାର ଜାଳି ଆନ୍ଦୋଳନକାରୀ ମାନେ ରାସ୍ତା ଅବରୋଧ କରିଛନ୍ତି ।