ଜେଲରୁ ବାହାରିଲେ ପୁଞ୍ଜିଲାଲ

ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣର ଅଭିଯୁକ୍ତ

ବଲାଙ୍ଗୀର: ଜେଲରୁ ବାହାରିଲେ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣର ଅଭିଯୁକ୍ତ ପୁଞ୍ଜିଲାଲ ମେହେର । ତାଙ୍କୁ ଗତ ମଙ୍ଗଳବାର ଓଡ଼ିଶା ହାଇକୋର୍ଟ ସର୍ତମୂଳକ ଅନ୍ତରୀଣ ଜାମିନ୍ ଦେବା ପରେ ସେ ଜେଲରୁ ବାହାରିଛନ୍ତି।

ସୂଚନାଯୋଗ୍ୟ,ପୁଞ୍ଜିଲାଲଙ୍କୁ ମା’ଙ୍କ ଶୁଦ୍ଧିକ୍ରିୟାରେ ଯୋଗ ଦେବା ପାଇଁ ହାଇକୋର୍ଟ ଜାମିନ ଦେଇଛନ୍ତି । ଜାନୁଆରି ୨୪ ତାରିଖରେ ପୁଞ୍ଜିଲାଲ ଜାମିନରେ ଯିବାକୁ ଥିବା ବେଳେ ଜାନୁଆରି ୨୮ ତାରିଖ ଦିନ ୧୧ଟା ମଧ୍ୟରେ ପୁଣି ଥରେ ହାଜର ହେବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ତେବେ ପୁଞ୍ଜିଲାଲଙ୍କୁ ମିଳିଥିବା ଏହି ୪ଦିନର ଜାମିନରେ ତାଙ୍କ ପାଇଁ କେତୋଟି କଡ଼ା ସର୍ତ ରଖା ଯାଇଛି। ସେଥିମଧ୍ୟରେ ରହିଛି, ଜାମିନ୍ ସମୟରେ ପୁଞ୍ଜିଲାଲ କୌଣସି ଗଣମାଧ୍ୟମକୁ ଭେଟି ପାରିବେ ନାହିଁ। ଏଥି ସହିତ ବାହାରକୁ କିମ୍ବା ଅନ୍ୟ କୌଣସି ସ୍ଥାନକୁ ଗଲେ ସ୍ଥାନୀୟ ଥାନା ଅଧିକାରୀଙ୍କୁ ଜଣାଇ ଯିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି।