ପୁଲୱାମାରେ ଗୁଳିବିନିମୟ: ୪ ଯବାନ ସହିଦ

ଶ୍ରୀନଗର: ସୋମବାର ସକାଳୁ ପୁଲ୍‌ଓ୍ଵାମା ଜିଲ୍ଲା ଅନ୍ତର୍ଗତ ପିଙ୍ଗ୍‌ଲାନ୍‌ ଅଞ୍ଚଳରେ ନିରାପତ୍ତା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଫଳରେ ସେନାର ୪ ଜଣ ଯବାନ ସହିଦ ହୋଇଛନ୍ତି । ମେଜର ଡିଏସ୍ ଡୋଡିୟାଲ, କନେଷ୍ଟବଳ ସେବା ରାମ, ହରି ସିଂହ, ଅଜୟ କୁମାର ସହିଦ ହୋଇଥିବା କଥା ଖବର ମିଳିଛି। ପିଙ୍ଗଲିନା ଅଂଚଳରେ ଜୈଶ-ଏ-ମହମ୍ମଦର କିଛି ଆତଙ୍କବାଦୀ ଲୁଚିରହିିଥିବା ସୂଚନା ମିଳିବା ପରେ ଗତ ରାତି ୧୨ଟାରୁ ସୁରକ୍ଷାକର୍ମୀମାନେ ସଂପୃକ୍ତ ଅଂଚଳକୁ ଘେରି ରହି ଅପରେସନ ଚଳାଇଛନ୍ତି । ସଂପୃକ୍ତ ଅଂଚଳରେ ୨ରୁ ୩ ଜଣ ଆତଙ୍କବାଦୀ ଲୁଚିରହିଥିବା ସନ୍ଦେହ କରାଯାଉଛି । ଏମାନେ ସବୁ ପୁଲୱାମା ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଆଦିଲର ସହଯୋଗୀ ବୋଲି ଅନୁମାନ କରାଯାଇଛି । ଗୁରୁବାର ଦିନ ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାସ୍ଥଳଠାରୁ ୬ରୁ ୮ କିଲୋମିଟର ଦୂରରେ ଏହି ଗୁଳିବିନିମୟ ଜାରି ରହିଛି । ସୁରରକ୍ଷା କର୍ମୀ ସଂପୃକ୍ତ ଅଚଂଳକୁ ଘେରି ସର୍ଚ ଅପରେସନ ଜାରି ରଖିଛନ୍ତି । ମାତ୍ର ପାଂଚଦିନ ଭିତରେ କଶ୍ମୀରରେ ୪୫ଜଣ ଯବାନ ସହିଦ୍ ହୋଇଛନ୍ତି । ୧୪ତାରିଖରେ ପୁଲୱାମାରେ ଆତଙ୍କବାଦୀଙ୍କ ବିସ୍ଫୋରଣରେ ୪୦ଜଣ ଯବାନ ସହିଦ୍ ହୋଇଥିଲେ । ଠିକ୍ ଏହାର ଦସ୍ୱବ ଦିନ ପରେ ୧୬ତାରିଖରେ ନୌସେରାରେ ଆଇଡି ବିସ୍ଫୋରଣରେ ଜଣେ ମେଜର ସହିଦ୍ ହୋଇଥିଲେ । ଆଇଡିକୁ ନିଷ୍କିୟ କରିବାକୁ ଚେଷ୍ଟା କରୁଥିବାବେଳେ ବିସ୍ଫୋରଣ ଘଟି ମେଜର ସହିଦ୍ ହୋଇଥିଲା ।