ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ଗାଜି ରସିଦ ନିହତ

ଶ୍ରୀନଗର:ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଦୁଇ ଆତଙ୍କବାଦୀଙ୍କୁ ନିପାତ କରିଛି ସେନା । ସେମାନଙ୍କ ଭିତରୁ ଜଣେ ପୁଲୱାମା ୧୪ତାରିଖ ବିସ୍ଫୋରଣ ଘଟଣାର ମାଷ୍ଟରମାଇଣ୍ଡ ଗାଜି ରସିଦ୍ ଓରଫ କାମରାନ ବୋଲି ଜଣାପଡିଛି । ଅନ୍ୟଜଣଙ୍କ ପରିଚୟ ମିଳିପାରିନାହିଁ । ଆତଙ୍କବାଦୀଙ୍କୁ ନିହତ କରିବା ପାଇଁ ଲୁଚିଥିବା କୋଠାକୁ ବିସ୍ପୋରଣ କରି ଉଡାଇ ଦେଇଛି ସେନା । ପୁଲୱାମା ବିସ୍ଫୋରଣ ଘଟାଇ ବିଗତ ୫ ଦିନରେ ଫେରାର ହେବାକୁ ଚେଷ୍ଟା କରୁଥିଲାଗାଜି ରସିଦ୍ । କିନ୍ତୁ ସେନା ଏପରି ହେବାକୁ ନଦେଇ, ଆତଙ୍କୀ ଗାଜିକୁ ଜଗି ରହିଥିଲେ । ସୂଚନାଯୋଗ୍ୟ ଜୈଶ-ଏ-ମହମ୍ମଦର ମୁଖ୍ୟ ମସୁଦ ଆଜହାରସହଯୋଗୀ ହେଉଛି ଗାଜି ରସିଦ । ସେ କାଶ୍ମୀର ଘାଟିରେ ଜୈଶର ଟପ କମାଣ୍ଡର ଓ ଆଇଟି ଏକ୍ସପର୍ଟ । କୁହାଯାଉଛି, ଦୁଇଜଣ ସହଯୋଗୀଙ୍କ ସହ ଡିସେମ୍ବରରେ କାଶ୍ମୀରରେ ଅନୁପ୍ରବେଶ କରିଥିଲେ ଗାଜି ରସିଦ । ଅନୁପ୍ରବେଶ ପରେ ସେ ଦକ୍ଷିଣ କାଶ୍ମୀରରେ ଲୁଚିଥିଲା । ୨୦୦୮ରେ ଗାଜି ଜୈଶ-ଏ-ମହମ୍ମଦ ସଙ୍ଗଠନରେ ସାମିଲ ହୋଇଥିଲା । ପାକ୍ ଅଧିକୃତ କାଶ୍ମୀରରେ ସେ ତାଲିମ ବି ଦେଉଥିଲା । ସେପଟେ ଜମ୍ମୁ-କଶ୍ମୀରର ପୂର୍ବତନ ଡିିଜିପି ଟ୍ୱିଟ ଜରିଆରେ ଏନେଇ ସୂଚନା ଦେଇଛନ୍ତି । ସେ ସୁରକ୍ଷାକର୍ମୀଙ୍କୁ ଶୁଭେଚ୍ଛା ଦେବାସଂ, ପୁଲୱାମା ଆତଙ୍କୀ ଆକ୍ରମଣର ମାଷ୍ଟରମାଇଣ୍ଡକୁ ମାରି ଦିଆଯାଇଛି ବୋଲି କହିଛନ୍ତି । ଅନ୍ୟପଟେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ଗୁଳିବିନିମୟରେ ଜଣେ ମେଜର ସମେତ ୪ ଜଣ ଯବାନ ସହିଦ୍ ହୋଇଛନ୍ତି । ଆଜି ମେଜର ଡିଏସ୍ ଡୋଡିୟାଲ, କନେଷ୍ଟବଳ ସେବା ରାମ, ହରି ସିଂହ, ଅଜୟ କୁମାର ଓ ଗୁଲଜାର ମହମ୍ମଦ ସହିଦ ହୋଇଛନ୍ତି । ଏହା ସହିତ ୨ଜଣ ସ୍ଥାନୀୟ ଲୋକଙ୍କର ମଧ୍ୟ ଗୁଳିବିନିମୟରେ ମୃତ୍ୟୁବରଣ ହୋଇଥିବା ଜଣାପଡିଛି ।