ପୁଲୱାମା ଆକ୍ରମଣ: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଜଣେ କୋର୍ଟ କର୍ମଚାରୀ

ନୂଆଦିଲ୍ଲୀ: ଗୁରୁବାର ଜମ୍ମୁ କାଶ୍ମୀରର ପୁଲୱାମା ଠାରେ ହୋଇଥିବା ଆକ୍ରମଣ ଦେଶବାସୀଙ୍କୁ ଆନ୍ଦୋଳିତ କରିଛି । ଏହି ଆକ୍ରମଣରେ ୪୨ ରୁ ଊଦ୍ଧ୍ୱର୍ ଯବାନ ସହିଦ୍ ହୋଇଥିବାବେଳେ ବହୁ ଯବାନ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଶନିବାର ସହିଦଙ୍କ ପାର୍ôଥବ ଶରୀରକୁ ଜନ୍ମମାଟିକୁ ନିଆଯାଉଛି । ଅନ୍ୟପଟେ ଜଣେ କୋର୍ଟ କର୍ମଚାରୀ ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନି ବୋଲି କହିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦି । ରକ୍ତ ବଦଳରେ ରକ୍ତ ପାଇଁ କରାଯାଉଛି ଘନ ଘନ ବୈଠକ । ଭାରତୀୟ ବୀର ଯବାନଙ୍କ ବଳିଦାନ ଯେଭଳି ବ୍ୟର୍ଥ ଯିବନି ସେଥିପାଇଁ ନୀଭକ୍ଷୀ ଆତଙ୍କୀମାନଙ୍କୁ ଗୋଟି ଗୋଟି କରି ମାରିବା ପାଇଁ କରାଯାଉଛି ବେଠକରେ ଷଡ଼ଯନ୍ତ୍ର । ଇତି ମଧ୍ୟରେ ରୀୱାର ଜଣେ କୋର୍ଟ କର୍ମଚାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ନିଜ ଦେହରେ ବିସ୍ଫୋଟକ ବାନ୍ଧି ଆତଙ୍କବାଦୀଙ୍କ ଉପରେ ଆକ୍ରମଣ କରିବାକୁ ଅନୁମତି ମାଗିଛନ୍ତି । ମୁଗଂଜର ଏକ ସିଭିଲ କୋର୍ଟରେ କାର୍ଯ୍ୟରତ କର୍ମଚାରୀ ରାଜକରଣ ସିଂହ କହିଛନ୍ତି ଯେ କି, ନିଜ ଦେହରେ ବିସ୍ଫୋଟକ ବାନ୍ଧି ଆତଙ୍କୀ ଅଂଚଳକୁ ସେ ଯିବାକୁ ଚାହୁଁଛନ୍ତି ଏବଂ ସେ ଚାହାନ୍ତି କି ତାଙ୍କୁ ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ଅନୁମତି ଦିଅନ୍ତୁ ।

ରାଜକରଣ ସିଂହ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମ୍ବୋନ୍ଧିତ କରି ଲେଖିଛନ୍ତି କି, ଦେଶର ବୀର ଯବାନମାନେ ଦିନରାତ. ଏକକାର କରି ଦେଶର ବୀର ଯବାନମାନେ ଦିନରାତି ଏକକାର କରି ଦେଶର ନାଗରିକମାନଙ୍କୁ ସୁରକ୍ଷା ଦେଉଛନ୍ତି । ଯେଉଁଠି ଲୋକେ ବିଭିନ୍ନ ପର୍ବପର୍ବାଣୀରେ ମଉଜ କରୁଥିବାବେଳେ ଏହି ବୀର ଯବାନମାନେ ସୀମାରେ ଖୋଲା ଆକାଶ ତଳେ ଦିନ ରାତି ପ୍ରହରା ଦିଅନ୍ତି ଆଉ ଆମକୁ ସୁରକ୍ଷା ପ୍ରଦାନ କରୁଥିଲେ । ସିଂହ କହିଛନ୍ତି କି, ଏହି ଚିଠି ମାଧ୍ୟମରେ ସେ ନିଜ ମନର ଭାବନାକୁ ବ୍ୟକ୍ତ କରିଛନ୍ତି । ଦେଶ ପାଇଁ ପ୍ରାଣ ବଳି ଦେଉଥିବା ବୀର ଯବାନମାନେ ଏହି ଭୀରୁ କାପୁରୁଷ ଆତଙ୍କୀ ହମଲାରେ ସହିଦ ହୋଇଯାଉଛନ୍ତି । ଏପରିକି ସେମାନେ ନିଜର ପୂରା ଜୀବନ ବି ଭଲରେ ବଂଚି ପାରୁନାହାଁନ୍ତି ।ଯଦି ଦେଶର ସେବା ପାଇଁ ଏବେ ତାଙ୍କୁ ନିଜର ଜୀବନ ବି ଦେବାକୁ ପଡେ ତେବେ ତାଙ୍କୁ ଏଥିପାଇଁ କୌଣସି ବି ଦୁଃଖ ନାହିଁ ବୋଲି ସିଂହ ନିଜର ସୋସିଆଲ ପେଜରେ ପୋଷ୍ଟ କରିଛନ୍ତି ।