ଅଟାରୀ-ଓ୍ଵାଘା ସୀମାରେ ଆମଦାନୀ ବନ୍ଦ

ନୂଆଦିଲ୍ଲୀ: ପାଣି ବନ୍ଦ ପରେ ଭାରତ ସରକାର ଆଜି ଆଉ ଏକ ନିଷ୍ପତି ନେଇଛନ୍ତି । ପୂର୍ବରୁ ପାକିସ୍ତାନକୁ ଭାରତର ଟମାଟର୍‌ ଚାଷୀମାନେ ଟମାଟର୍‌ ବିକିବା ବନ୍ଦ କରି ସାରିଛନ୍ତି। ଫଳ ଉପରେ ଆବଶ୍ୟକଠାରୁ ବେଶି ପରିମାଣର କର ଲାଗବା ପାକ୍‌କୁ ମହଙ୍ଗା ପଡ଼ିଛି। ସୀମାରେ ପାଣି କଟକଣା ହେବା ନେଇ ମଧ୍ୟ ଘୋଷଣା ହୋଇ ସାରିଲାଣି। ଏତେ ସବୁ ପରେ ଏବେ ଭାରତ ଅଟାରୀ-ଓ୍ଵାଘା ସୀମାରେ ସାମଗ୍ରୀ ଆମଦାନୀ ବନ୍ଦ କରିବାର ନିଷ୍ପତ୍ତି ନେଇଛି। କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରି ପାକିସ୍ତାନକୁ ପୂର୍ବଞ୍ଚଳ ନଦୀ ଜଳ ବନ୍ଦ କରିବା ଘୋଷଣା କରିବାର ପରଦିନ ହିଁ ଏହି ନିଷ୍ପତ୍ତି ନିଆଯାଇଛି। ଅଟାରୀ-ଓ୍ଵାଘା ସୀମାରେ ସାମଗ୍ରୀ ଆମଦାନୀ ବନ୍ଦ କରିବା ନିଷ୍ପତ୍ତି ଉପରେ ବ୍ୟବସାୟୀ ରାଜଦୀପ ଉପଲ ନିଜର ମତ ରଖି କହିଛନ୍ତି, ‘ବ୍ୟବସାୟୀ ସଂଗଠନ ସରକାରୀଙ୍କ ନିଷ୍ପତ୍ତିକୁ ସମ୍ମାନ କରୁଛି।’ ଏହାଛଡ଼ା ସେ କଶ୍ମୀରରେ ଭୂମି ବେପାର ମାର୍ଗ ଏବେ ବି ଖୋଲା ରହିଛି ବୋଲି ବ୍ୟକ୍ତ କରିଛନ୍ତି, ଯାହାକି ଭାରତ ସରକାର ନେଇଥିବା ଇଣ୍ଡୋ-ପାକ୍‌ ମଧ୍ୟରେ ବେପାର ବନ୍ଦ ନିୟମକୁ ଭଙ୍ଗ କରୁଛି।