ସମ୍ବଲପୁର: ଆସନ୍ତାକାଲି ଠାରୁ ବୁର୍ଲା ଭିମସାରରେ ହେବ ପୁଲ ଟେଷ୍ଟ । ଏ ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ସେ ଆଜି ଭିମ୍ସାର୍ରେ ସ୍ଥିତିର ସମୀକ୍ଷା କରିବା ପରେ ଏହି ସୂଚନା ଦେଇଛନ୍ତି। ଏଠାରେ ଦୁଇଟି ସିଫ୍ଟରେ ପ୍ରତିଦିନ ୯୦ଜଣଙ୍କର ପରୀକ୍ଷା କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ପ୍ରତି ସିଫ୍ଟରେ ୪୫ଜଣଙ୍କର ପରୀକ୍ଷା କରାଯିବ। ଏଥିଲାଗି ରାଉରକେଲାର ଏନଆଇଟିରୁ ଆଉ ଦୁଇଟି ପିସିଆର୍ ମେସିନ୍ ମଗାଯାଇଛି ଏବଂ ତାହା ଆସିଲେ ଅଧିକ ସଂଖ୍ୟକ ପୁଲ୍ ଟେଷ୍ଟ୍ କରାଯାଇପାରିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।
ସୂଚନାଯୋଗ୍ୟ, ଓଡ଼ିଶାର ସମସ୍ତ ମେଡିକାଲ୍ କଲେଜ୍ରେ କୋଭିଡ୍ ପରୀକ୍ଷା ପାଇଁ ଅନୁମତି ଦେବାକୁ ସେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଥିଲେ ବୋଲି ଆଗରୁ କହିଥିଲେ। ବର୍ତମାନ କେନ୍ଦ୍ର ସରକାର ଏଥିପାଇଁ ଥିବା ଗାଇଡ୍ଲାଇନ୍ରେ ପରିବର୍ତନ କରିଛନ୍ତି।