ପୁଲକିତଙ୍କ ନୂଆ ଗର୍ଲଫ୍ରେଣ୍ଡ

ମୁମ୍ବାଇ: “ଫୁକରେ” ଫେମ୍ ପୁଲକିତ ସମ୍ରାଟ ସବୁବେଳେ ନିଜ ପର୍ସନାଲ ଲାଇଫ୍କୁ ନେଇ ସବୁବେଳେ ଚର୍ଚ୍ଚାରେ ଥାନ୍ତି । ସଲମାନ୍ଙ୍କ ଧରମ ଭଉଣୀ ଶ୍ୱେତା ରୋହିତରାଙ୍କଠାରୁ ଅଲଗା ହେବା ପରେ ସେ ୟାମୀ ଗୌତମଙ୍କ ସହ ରିଲେସନ୍ସିପ୍ରେ ଥିଲେ । କିଛିଦିନ ପୂର୍ବେ ଉଭୟଙ୍କର ବ୍ରେକ୍ଅପ୍ ହୋଇଥିଲା । ତେବେ ଉଭୟଙ୍କର ବ୍ରେକ୍ଅପ୍ ଚର୍ଚ୍ଚା ଥମି ନଥିବାବେଳେ ଏବେ ପୁଲକିତ୍ ଆଉ ଜଣେ ବଲିଉଡ୍ ଅଭିନେତ୍ରୀଙ୍କ ସହ ଡେଟିଂ କରୁଥିବାର ଖବର ଜଣାପଡ଼ିଛି । ସେହି ଅଭିନେତ୍ରୀ ଜଣଙ୍କ ହେଉଛନ୍ତି କୃତି ଖରବନ୍ଧା । ଉଭୟଙ୍କୁ ବହୁ ସମୟରେ ଏକାଠି ଦେଖିବାକୁ ମିଳୁଛି । ପୁଲକିତଙ୍କ ଜନ୍ମଦିନରେ କୃତି ଚେନ୍ନାଇ ଯାଇ ତାଙ୍କୁ ସରପ୍ରାଇଜ୍ ମଧ୍ୟ ଦେଇଥିଲେ । ଏ ନେଇ ଉଭୟ ନିଜ ରିଲେସନ୍ସିପ୍କୁ ନେଇ କୌଣସି ଉତର ଦେଇନାହାନ୍ତି ।