୨୮, ୨୯ ଓ ୩୧ରେ ବସିବ ପଦୋନ୍ନତି ଅଦାଲତ

ଭୁବନେଶ୍ବର: ଆସନ୍ତା ଜାନୁୟାରୀ ୨୮, ୨୯ ଓ ୩୧ରେ ବସିବ ପଦୋନ୍ନତି ଅଦାଲତ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଏହି ସମୟ ଧାର୍ଯ୍ୟ କରାଯାଇଛି।

ତେବେ ଗତ ୨୦୧୯ ଡିସେମ୍ବର ୩୧ ସୁଦ୍ଧା ଯେଉଁ କର୍ମଚାରୀ ପଦୋନ୍ନତି ପାଇଁ ଯୋଗ୍ୟ ବିବେଚିତ ହୋଇଥିବେ ସେମାନେ ୨୩ ଜାନୁୟାରୀ ସୁଦ୍ଧା ସବିଶେଷ ତଥ୍ୟ Garmin.or@nic.inରେ ପ୍ରଦାନ କରିବେ।

ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ଏନେଇ ଦାୟିତ୍ବ ଦିଆଯାଇଛି। ମୋଟ ୬ ଜଣ ଅଫିସର ଆସିଥିବା ଆପତି ଅଭିଯୋଗର ଶୁଣାଣି କରିବେ। ପଦନ୍ନୋତି ଅଦାଲତରେ ଦାୟିତ୍ବ ପାଇଥିବା ୬ ଜଣ ବରିଷ୍ଠ ଅଫିସର ହେଉଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ସୁରେଶ ମହାପାତ୍ର, ପ୍ରଦୀପ୍ତ ମହାପାତ୍ର, ପ୍ରଦୀପ୍ତ ଜେନା, ଆର କେ ଶର୍ମା, ମୋନା ଶର୍ମା।

ପ୍ରଦୀପ୍ତ ମହାପାତ୍ରଙ୍କୁ ୮ଟି ବିଭାଗର ଦାୟିତ୍ବ ମିଳିଛି। ସୁରେଶ ମହାପାତ୍ର ଙ୍କୁ ୯ଟି ବିଭାଗ, ଅସିତ ତ୍ରିପାଠୀ ଙ୍କୁ ୫ଟି ବିଭାଗ ମିଳିଛି।