ନୂଆଦିଲ୍ଲୀ: ଆଜି ଓଡ଼ିଶା ପାଇଁ ଏହା ଏକ ଗର୍ବର ଦିନ। ଦୀର୍ଘ ୨୦ ବର୍ଷ ପରେ ଜଣେ ଓଡ଼ିଆ ସାଂସଦ ରାଜ୍ୟସଭା ପ୍ରକ୍ରିୟାରେ ଅଧ୍ୟକ୍ଷତା କରିଛନ୍ତି। ବିଜୁ ଜନତା ଦଳର ସାଂସଦ ଡକ୍ଟର ସସ୍ମିତ ପାତ୍ର ଆଜି ରାଜ୍ୟସଭାର ଉପାଧ୍ୟକ୍ଷ ଭାବରେ ସଭାପତିତ୍ୱ କରିଛନ୍ତି। ମହାମାରୀ ରୋଗ (ସଂଶୋଧନ) ଅର୍ଡିନାନ୍ସ, ୨୦୨୦ ବିଲ୍ ଉପରେ ଆଲୋଚନା ବେଳେ ଓଡ଼ିଶାର ସାଂସଦ ରାଜ୍ୟସଭା କକ୍ଷରେ ଅଧ୍ୟକ୍ଷତା କରିଥିଲେ ଏବଂ ପରିଚାଳନା କରିଥିଲେ।
ସାଂସଦ ଡକ୍ଟର ସସ୍ମିତ ପାତ୍ର ଉପାଧ୍ୟକ୍ଷ ଭାବରେ ସଭାପତିତ୍ୱ କରିଥିବାରୁ ସାଂସଦମାନେ ଡକ୍ଟର ପାତ୍ରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଦିନିକିଆ ଅଧିବେଶନ ବନ୍ଦ ହେବା ପରେ ଅନେକ ରାଜ୍ୟସଭା ସାଂସଦ ସେମାନଙ୍କର ଶୁଭେଚ୍ଛା ଜଣାଇଥିଲେ ଏବଂ କହିଥିଲେ ଯେ, ଗୃହର ସର୍ବ କନିଷ୍ଠ ସାଂସଦ ହୋଇଥିଲେ ମଧ୍ୟ ସେ ତାଙ୍କର ଭଦ୍ର ଆଚରଣ ଏବଂ ଧର୍ଯ୍ୟର ସହିତ ଗୃହ ପରିଚାଳନା କରିଛନ୍ତି।
ଡକ୍ଟର ସସ୍ମିତ ପାତ୍ର ଏହି ମହତ୍ୱପୂର୍ଣ୍ଣ ଉତ୍ସବକୁ ତାଙ୍କ ନେତା ତଥା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ନବୀନ ପଟ୍ଟନାୟକଙ୍କ ଏବଂ ଓଡ଼ିଶାର ୪.୫ କୋଟି ଲୋକଙ୍କୁ ଉତ୍ସର୍ଗ କରିଛନ୍ତି। ଯାହାଙ୍କ ବିନା ରାଜ୍ୟସଭାକୁ ଯାତ୍ରା ସମ୍ଭବ ହୋଇନଥାନ୍ତା ବୋଲି ସେ କହିଛନ୍ତି।