୩ଟି ଗାଡିକୁ ଜାଳିଦେଲେ ମାଓବାଦୀ

ରାସ୍ତାକାମକୁ ବିରୋଧ

ମୁନିଗୁଡା: ରାସ୍ତାକାମକୁ ବିରୋଧ କରି ମାଓବାଦୀମାନେ ରାୟଗଡା ମୁନିଗୁଡାରେ ଲଙ୍କାକାଣ୍ଡ ଘଟାଇଛନ୍ତି। ଶରଧାପୁରରୁ ଥୁଆପଡି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକକୁ ବିରୋଧ ଜେସିବି ସମେତ ରାସ୍ତାକାମରେ ନିୟୋଜିତ ୩ଟି ଗାଡି ଜାଳିଦେଇଛନ୍ତି। 

 

ରାସ୍ତାକାମକୁ ବିରୋଧ କରି ମାଓବାଦୀଙ୍କ ଲଙ୍କାକାଣ୍ଡ। ଟିକରପଡା ଗାଁ ନିକଟରେ ପ୍ରାୟ ୧୫ ଜଣ ମାଓବାଦୀ ଆସି ଶରଧାପୁରରୁ ଥୁଆପଡି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକକୁ ବିରୋଧ କରିଛି। ମାଓବାଦୀମାନେ ଜେସିବି ସମେତ ରାସ୍ତାକାମରେ ନିୟୋଜିତ ୩ଟି ଗାଡି ଜାଳିଦେଇଛନ୍ତି । ରାସ୍ତା କାମ ବନ୍ଦ ପାଇଁ ଚେତାବନୀ ଦେଇ ଘଟଣାସ୍ଥଳରେ ୩ଟି ମାଓ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି।