ଯୁକ୍ତ ୩ ଛାତ୍ରଛାତ୍ରୀଙ୍କ ପାଇଁ ୭୫% ଉପସ୍ଥାନ ସହ ଅଧ୍ୟାପକଙ୍କ ଦୈନିକ ୭ଘଣ୍ଟା ଡ୍ୟୁଟି ବାଧ୍ୟତାମୂଳକ

ଭୁବନେଶ୍ୱର:ଯୁକ୍ତ ୩ କଲେଜରେ ପ୍ରୋକ୍ଟୋରିଆଲ ସିଷ୍ଟମ ଲାଗୁ ହେବ ।  ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି । ୧୦୧ଟି କଲେଜରେ ସ୍ମାର୍ଟ କ୍ଲାସର ବ୍ୟବସ୍ଥା କରାଯିବ ।  କଲେଜରେ ଛାତ୍ରଛାତ୍ରୀଙ୍କ ୭୫ପ୍ରତିଶତ ଉପସ୍ଥାନ ରହିବା ସହ ଅଧ୍ୟାପକଙ୍କ ଦୈନିକ ୭ଘଣ୍ଟା ଡ୍ୟୁଟି ବାଧ୍ୟତାମୂଳକ ରହିବ ବୋଲି ଯୁକ୍ତ ୩ କଲେଜ ପ୍ରିନ୍ସିପାଲଙ୍କ ସହ ଭିଡ଼ିଓ କନଫରେନ୍ସିଂ ପରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି ।

ଆଜି ସମସ୍ତ ଯୁକ୍ତ ୩ କଲେଜ ପ୍ରିନ୍ସିପାଲଙ୍କ ସହ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଭିଡ଼ିଓ କନଫରେନ୍ସିଂ ଜରିଆରେ । ୧୦୪୭ଟି ଯୁକ୍ତ ୩ କଲେଜରେ ପ୍ରୋକ୍ଟୋରିଆଲ ସିଷ୍ଟମ ଲାଗୁ କରାଯିବ ବୋଲି ନିଷ୍ପତି ହୋଇଛି । ୨୫ଜଣ ଛାତ୍ରଛାତ୍ରୀଙ୍କୁ ନେଇ ପ୍ରୋକ୍ଟୋରିଆଲ ଗ୍ରୁପ କ୍ଲାସ ହେବ । ଏଣିକି ୧୦୧ଟି କଲେଜରେ ସ୍ମାର୍ଟ କ୍ଲାସର ବ୍ୟବସ୍ଥା କରାଯିବା ନେଇ ଆଜି ନିଷ୍ପତି ନିଆଯାଇଛି । କଲେଜରେ ଛାତ୍ରଛାତ୍ରୀଙ୍କ ୭୫ପ୍ରତିଶତ ଉପସ୍ଥାନ ରହିବା ଆବଶ୍ୟକ ରହିଛି । ଏହା ସହ ଅଧ୍ୟାପକଙ୍କ ଦୈନିକ ୭ଘଣ୍ଟା ଡ୍ୟୁଟି ଜରୁରୀ ରହିବ ବୋଲି ଆଲୋଚନା କରାଯାଇଛି । ଭିଡ଼ିଓ କନଫରେନ୍ସିଂ ସରିବା ପରେ ଏନେଇ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି ।