ମନ ବଦଳାଇଲେ ନିକ : ପ୍ରିୟଙ୍କାଙ୍କୁ ନେଇ ସ୍ୱିଜରଲ୍ୟାଣ୍ଡରେ କରିବେ ହନିମୁନ୍, ୭ ଦିନ ରୋମାନ୍ସ କରିବେ ନବ ବଧୁ

ମୁମ୍ବାଇ : ଶେଷରେ ମନ ବଦଳାଇଛନ୍ତି ନିକ । ବଲିଉଡର ନିୟୁଲି ମ୍ୟାରେଡ କପୁଲ ନିକ- ପ୍ରିୟଙ୍କା ହନିମୁନରେ ଯିବାକୁ ମନସ୍ତିର କରିଛନ୍ତି । ସ୍ୱିଜରଲ୍ୟାଣ୍ଡ୍ରେ ହେବ ପ୍ରିୟଙ୍କା ଓ ନିକ୍ଙ୍କ ହନିମୁନ୍ । ଆଉ ଏହି ଖବର ଆସିବା ପରେ ପ୍ରିୟଙ୍କାଙ୍କ ଫ୍ୟାନ ବେଶ ଖୁସି । କାହିଁକିନା ବାହାଘର ପରେ ନିଜ ନବ ବଧୁଙ୍କୁ ଛାଡି ନିଜ ଦେଶକୁ ଫେରିଥିଲେ ନିକ । ଆଉ ମନ ଦୁଖରେ ଥିଲେ ପ୍ରିୟଙ୍କା ।

ବହୁ ଆଡ଼ମ୍ବରରେ ଶେଷ ହୋଇଛି ପ୍ରିୟଙ୍କା ଚୋପ୍ରା ଓ ନିକ୍ ଜୋନାସ୍ଙ୍କ ବାହାଘର । ଡିସେମ୍ବର ୨୦ ତାରିଖରେ ଦୁହେଁ ମୁମ୍ବାଇରେ ଏକ ବଡ଼ ଭୋଜି ଦେବେ । ଏଥିରେ ପ୍ରିୟଙ୍କାଙ୍କ ସମ୍ପର୍କୀୟ ଓ ସିନେମା ଦୁନିଆର ବ୍ୟକ୍ତିବିଶେଷ ଯୋଗଦେବେ । ଭୋଜି ଦେଇସାରିବା ପରେ ୨୮ ତାରିଖରେ ସେମାନେ ସ୍ୱିଜରଲ୍ୟାଣ୍ଡ୍ ଯାତ୍ରା କରିବେ । ପ୍ରିୟଙ୍କା ଓ ନିକ୍ଙ୍କ ହନିମୁନ୍ ଏଇଠି ହେବ । ସ୍ୱିଜରଲ୍ୟାଣ୍ଡ୍ର ବିଭିନ୍ନ ଆକର୍ଷଣୀୟ ସ୍ଥାନରେ ସେମାନେ ସପ୍ତାହେ ଛୁଟି କାଟିବେ । ଲେକ୍ ଜେନେଭାରେ ନୂଆବର୍ଷ ପାଳିବା ଯୋଜନା ବି ରଖିଛନ୍ତି ନିକ୍ ଓ ପ୍ରିୟଙ୍କା । ମୁମ୍ବାଇ ରିସେପ୍ସନ ପରେ ଓ ସ୍ୱିଜରଲ୍ୟାଣ୍ଡ୍ ଯିବା ପୂର୍ବରୁ ଯେଉଁ ସାତ ଆଠ ଦିନ ସମୟ ପ୍ରିୟଙ୍କାଙ୍କ ହାତରେ ରହିଛି ତା’ ମଧ୍ୟରେ ସେ ଅପ୍କମିଂ ଫିଲ୍ମ ‘ସ୍କାଇ ଇଜ୍ ପିଙ୍କ୍’ର ଶୁଟିଂ ଶେଷ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଡିସେମ୍ବର ୧ରେ ଖ୍ରୀଷ୍ଟିୟାନ ରୀତି ଓ ଦୁଇ ତାରିଖରେ ହିନ୍ଦୁ ରୀତି ନୀତିରେ ଦୁହିଁଙ୍କର ବିବାହ ଖୁବ୍ ଧୁମ୍ଧାମରେ ହୋଇଛି ଯୋଧପୁରରେ । ଏହାପରେ ଉଭୟେ ଛୁଟି କାଟିବା ପାଇଁ ଓମାନ୍ ଯାଇଥିଲେ