ଆଉ ଏକ ବଡ଼ ହଲିଉଡ ପ୍ରୋଜେକ୍ଟ ହାତେଇଲେ ଦେଶୀଗାର୍ଲ

ମୁମ୍ବାଇ: ଗ୍ଲୋବାଲ ଆଇକନ ପ୍ରିୟଙ୍କା ଚୋପ୍ରାଙ୍କୁ ଶେଷଥର ବଲିଉଡ ଫିଲ୍ମ ‘ଦ ସ୍କାଇ ଇଜ ପିଙ୍କ’ରେ ଦେଖିବାକୁ ମିଳିଥିଲା । ବର୍ତମାନ ସେ ବଲିଉଡ ଫିଲ୍ମଠାରୁ ଦୂରେଇ ଅଛନ୍ତି ସତ ହେଲେ ନିକଟରେ ତାଙ୍କ ୱେବ ସିରିଜର ଘୋଷଣା ହୋଇଥିଲା । ଆଉ ଇତିମଧ୍ୟରେ ତାଙ୍କ ଫ୍ୟାନ୍ସଙ୍କ ପାଇଁ ଗୁଡନ୍ୟୁଜ ସାମ୍ନାକୁ ଆସିଛି । ଆଜ୍ଞା ହଁ, ପୁଣି ହଲିଉଡ ଫିଲ୍ମରେ ନଜର ଆସିବେ ସେ । ଖୁବଶୀଘ୍ର ସେ ହଲିଉଡ ଆକ୍ଟର କିୟାନୁ ରୀବ୍ସଙ୍କ ସହ ସ୍କ୍ରିନ ସେୟାର କରୁଥିବାର ଦେଖାଯିବେ ।

ଏବେ ପ୍ରିୟଙ୍କାଙ୍କ କଥାବାର୍ତା ‘ମାଟ୍ରିକ୍ସ’ ସିରିଜର ଆଗାମୀ ଫିଲ୍ମ ‘ମାଟ୍ରିକ୍ସ ୪’ ମେକର୍ସଙ୍କ ଚାଲିଛି । ଆଉ ତାଙ୍କ କଥାବାର୍ତ୍ତା ଫାଇନାଲ ଷ୍ଟେଜରେ ପହଂଚିସାରିଛି । ପ୍ରକାଶ ଥାଉକି ଏହାପୂର୍ବରୁ ପ୍ରିୟଙ୍କା ଆମେରିକାନ ଶୋ ‘କ୍ୱାଂଟିକୋ’, ‘ବେୱାଚ’, ‘ ଇଜଂଟ ଇଜ ରୋମାଂଟିକ’ ଭଳି ଫିଲ୍ମରେ କାମ କରିସାରିଛନ୍ତି ।