ମୁମ୍ବାଇ: ବିଶ୍ୱରେ ସବୁଆଡେ ଧୁମଧାମରେ ଖ୍ରୀଷ୍ଟମାସ ପାଳନ ହୋଇଯାଇଛି । ଏହି ଖାସ୍ ଅବସରରେ ସମସ୍ତେ ସମସ୍ତଙ୍କୁ ଉପହାର ଦେବାରେ ଲାଗିଛନ୍ତି । ଏହାବ୍ୟତୀତ ଖ୍ରୀଷ୍ଟମାସ ଇଭରେ ଜନସାଧାରଣ ଘରେ ସ୍ୱାଦିଷ୍ଟ କେକ, କୁକିଜ ମଧ୍ୟ ତିଆରି କରି ସମସ୍ତଙ୍କୁ ଖାଇବାକୁ ଦିଅନ୍ତି । ଏହି ସେଲିବ୍ରିଶନରୁ ବାଦ ପଡିନାହାଁନ୍ତି ଗ୍ଲୋବାଲ ଆଇକନ ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ସ୍ୱାମୀ ନିକ ଜୋନସ ।
ଏହି କପଲ କୁକିଜ ତିଆରି କରୁଥିବାର ଏକ ଭିଡିଓରେ ନଜର ଆସୁଛନ୍ତି। ଯାହା ବର୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାର ଲାଗିଛି। ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ନିକ। ଯେଉଁଥିରେ ପତ୍ନୀଙ୍କ ସହ ମିଶି କୁକିଜ ତିଆରି କରୁଛନ୍ତି ସେ। ବିବାହ ପରେ ଦୁଇଜଣଙ୍କ ଏହା ଦ୍ୱିତୀୟ ଖ୍ରୀଷ୍ଟମାସ।
ଭିଡିଓରେ ପ୍ରିୟଙ୍କାଙ୍କ ଝିଆରୀ କ୍ରିଷ୍ଣା ମଧ୍ୟ ନଜର ଆସୁଛନ୍ତି । ପ୍ରକାଶ ଥାଉକି ପ୍ରିୟଙ୍କା ଓ ନିକ ଏବେ ନିଜ ଆଗାମୀ ପ୍ରୋଜେକ୍ଟକୁ ନେଇ ଖୁବ୍ ବ୍ୟସ୍ତ ଅଛନ୍ତି । ପିସି ନିଜ ଆଗାମୀ ଫିଲ୍ମ ‘ଦ ହ୍ୱାଇଟ ଟାଇଗର’କୁ ନେଇ ଚର୍ଚ୍ଚାରେ । ଏହି ଫିଲ୍ମରେ ପ୍ରିୟଙ୍କା ସହ ରାଜକୁମାର ରାଓ ମୁଖ୍ୟ ଭୂମିକାରେ ନଜର ଆସିବେ। ଅନ୍ୟପଟେ ନିକ ସେହିପରି ଦୁଇଟି ଫିଲ୍ମରେ ନଜର ଆସିବେ । ‘ମିଡୱେ’ ଓ ‘ଜୁମାନଜୀ’ରେ ବର୍ତମାନ କାମ କରୁଛନ୍ତି ସେ ।